Thursday, October 15, 2026
28 C
Odisha

    ଉପ ମୁଖ୍ୟମନ୍ତ୍ରୀ କରିବେ ହବିଷ୍ୟାଳୀ ଯୋଜନା ଉଦ୍ଘାଟନ

    ଆଗକୁ ପଢନ୍ତୁ

    ପୁରୀ: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ । ହବିଷ୍ୟାଳୀ ବ୍ରତ ପାଇଁ ଜିଲ୍ଲା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟର ୩୦ ଜିଲ୍ଲାରୁ ୨୫୦୦ ଜଣ ହବିଷ୍ୟାଳୀ ଅନଲାଇନ ଯୋଗେ ପଞ୍ଜିକରଣ କରିଛନ୍ତି । ଆଉ କୌଣସି ସ୍ପଟ ବୁକିଂ ହେବ ନାହିଁ । ହବିଷ୍ୟାଳୀ ମାନେ ନିର୍ଦ୍ଧାରିତ ୪ ଟି ହବିଷ୍ୟାଳୀ କେନ୍ଦ୍ରରେ ରହିବେ।ସେଠାରେ ହବିଷ୍ୟାଳୀଙ୍କ ସୁରକ୍ଷା ବ୍ୟବସ୍ଥା ସହିତ ଅଗ୍ନି ନିର୍ବାପକ ବ୍ୟବସ୍ଥା, ସୁରକ୍ଷିତ ସ୍ନାନ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତା ୧୮ ତାରିଖରେ ଉପ ମୁଖ୍ୟମନ୍ତ୍ରୀ ହବିଷ୍ୟାଳୀ ଯୋଜନା ଉଦ୍ଘାଟନ କରିବେ ।

    ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହେବ କାର୍ତ୍ତିକ ମାସର ରାଈ ଦାମୋଦର ବ୍ରତ ବା ହବିଷ୍ୟାଳୀ ବ୍ରତ । ମା ମାନେ ଏକମାସ ଧରି ୪ଟି ହବିଷ୍ୟାଳୀ ନିବାସ ଯଥା ବୃନ୍ଦାବତୀ ନିବାସ,ଅକ୍ଷୟ ପାତ୍ର, ବଗଲା ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପ ରେ ରହି ବ୍ରତ ପାଳନ କରିବେ । ମା ମାନଙ୍କର ରହଣି ସୁବିଧା ସହ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପରାମର୍ଶ ଦେଇଛନ୍ତି । ହବିଷ୍ୟାଳୀଙ୍କ ରହଣି ବ୍ୟବସ୍ଥା ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ସଂଧ୍ୟାରେ ଭଜନ,ପ୍ରବଚନ ଇତ୍ୟାଦି ର ସୁବ୍ୟବସ୍ଥା କରାଯାଇଛି ।

    ଗତବର୍ଷର ଅଭିଜ୍ଞତା ଆଧାରରେ ଚଳିତ ବର୍ଷ ମଧ୍ୟ ଆହୁରି ଭଲ ଭାବେ ଏହାକୁ ପରିଚାଳନା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା, ଅନ୍ତେବାସୀ ମା ମାନଙ୍କୁ ପରିଚୟ ପତ୍ର ପ୍ରଦାନ, ସହାୟକ ସ୍ୱଛାସେବୀ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଅଗ୍ନି ନିର୍ବାପକ, ସ୍ନାନ ସମୟରେ ସୁରକ୍ଷା ବ୍ୟବସ୍ଥା, ପରିବହନ ବ୍ୟବସ୍ଥା,ପାନୀୟ ଜଳ, ବିଦ୍ୟୁତ ବ୍ୟବସ୍ଥା, ମହାପ୍ରସାଦ ବ୍ୟବସ୍ଥା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28 ° C
    28 °
    28 °
    69 %
    2.1kmh
    72 %
    Thu
    29 °
    Fri
    29 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ