Friday, January 30, 2026
29.7 C
Odisha

    ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ

    ଆଗକୁ ପଢନ୍ତୁ

    କାମାକ୍ଷାନଗର : ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ ହୋଇଛି । ଏକାକାଳୀନ ୧୦ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ଟିମ ।   ଭୁବନେଶ୍ୱର, ଢେଙ୍କାନାଳ, ଭଦ୍ରକ ଓ ମୟୁରଭଞ୍ଜର ୧୦ ଟି ସ୍ଥାନରେ ଚାଲିଛି ଚଢାଉ ।

    ଭୁବନେଶ୍ୱର ଝାରପଡାରେ ରହିଛି ଗୋଟିଏ ତିନି ମହଲା ଓ ଏକ ମହଲା ଘର। ଭଦ୍ରକରେ ରହିଛି ତିନି ମହଲା ଓ ଦୁଇ ମହଲା ଘର। କାମାକ୍ଷାନଗର ସରକାରୀ କାର୍ଯ୍ୟାଳୟ ଓ ସରକାରୀ ଆବାସିକ ଘରେ ରେଡ଼ ଚାଲିଛି। ଭଦ୍ରକ ବାସୁଦେବପୁର ପୈତୃକ ଘର, ଭଦ୍ରକ ବରୁଣାଇରେ ସମ୍ପର୍କୀୟଙ୍କ ଘର, ଭଦ୍ରକ ଜୋରଗାଡ଼ିଆରେ ଜଣେ ସହଯୋଗୀଙ୍କ ଘର, ମୟୁରଭଞ୍ଜ ରାଇରଙ୍ଗପୁରରେ ଅନ୍ୟଜଣେ ସହଯୋଗୀଙ୍କ ଘରେ ମଧ୍ୟ ଚଢ଼ାଉ ଚାଲିଛି ।

    ରେଡରେ ଦଶ ଜଣ ଡିଏସପି ଓ ତିନି ଜଣ ଇନ୍ସପେକ୍ଟର ରେଡରେ ସାମିଲ ଅଛନ୍ତି ।  ଆୟବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    30 %
    1.7kmh
    60 %
    Fri
    31 °
    Sat
    32 °
    Sun
    31 °
    Mon
    33 °
    Tue
    33 °

    ସମ୍ବନ୍ଧିତ