Sunday, July 12, 2026
27.3 C
Odisha

    ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ

    ଆଗକୁ ପଢନ୍ତୁ

    କାମାକ୍ଷାନଗର : ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ ହୋଇଛି । ଏକାକାଳୀନ ୧୦ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ଟିମ ।   ଭୁବନେଶ୍ୱର, ଢେଙ୍କାନାଳ, ଭଦ୍ରକ ଓ ମୟୁରଭଞ୍ଜର ୧୦ ଟି ସ୍ଥାନରେ ଚାଲିଛି ଚଢାଉ ।

    ଭୁବନେଶ୍ୱର ଝାରପଡାରେ ରହିଛି ଗୋଟିଏ ତିନି ମହଲା ଓ ଏକ ମହଲା ଘର। ଭଦ୍ରକରେ ରହିଛି ତିନି ମହଲା ଓ ଦୁଇ ମହଲା ଘର। କାମାକ୍ଷାନଗର ସରକାରୀ କାର୍ଯ୍ୟାଳୟ ଓ ସରକାରୀ ଆବାସିକ ଘରେ ରେଡ଼ ଚାଲିଛି। ଭଦ୍ରକ ବାସୁଦେବପୁର ପୈତୃକ ଘର, ଭଦ୍ରକ ବରୁଣାଇରେ ସମ୍ପର୍କୀୟଙ୍କ ଘର, ଭଦ୍ରକ ଜୋରଗାଡ଼ିଆରେ ଜଣେ ସହଯୋଗୀଙ୍କ ଘର, ମୟୁରଭଞ୍ଜ ରାଇରଙ୍ଗପୁରରେ ଅନ୍ୟଜଣେ ସହଯୋଗୀଙ୍କ ଘରେ ମଧ୍ୟ ଚଢ଼ାଉ ଚାଲିଛି ।

    ରେଡରେ ଦଶ ଜଣ ଡିଏସପି ଓ ତିନି ଜଣ ଇନ୍ସପେକ୍ଟର ରେଡରେ ସାମିଲ ଅଛନ୍ତି ।  ଆୟବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    69 %
    2.4kmh
    90 %
    Sun
    27 °
    Mon
    34 °
    Tue
    27 °
    Wed
    31 °
    Thu
    34 °

    ସମ୍ବନ୍ଧିତ