Monday, April 6, 2026
23.6 C
Odisha

    ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ: ପ୍ରଥମ ୨ଟି ମ୍ୟାଚ୍ ଖେଳିବେନି ବିରାଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବେନି ବିରାଟ କୋହଲି। ଏ ନେଇ ସୋମବାର ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବ୍ୟକ୍ତିଗତ କାରଣରୁ ବିରାଟ ପ୍ରଥମ ଦୁଇଟି ମ୍ୟାଚ୍‌ରୁ ଓହରି ଯାଇଛନ୍ତି ବୋଲି ବିସିସିଆଇ କହିଛି । ବିରାଟ କୋହଲିଙ୍କ ବଦଳରେ କାହାକୁ ଟିମ୍‌ରେ ନିଆଯିବ, ସେ ନେଇ ଚୟନ କମିଟି ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବ ବୋଲି କୁହାଯାଇଛି। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍ ଜାନୁଆରୀ ୨୫ରୁ ହାଇଦ୍ରାବାଦରେ ଖେଳା ଯିବ। ଦ୍ୱିତୀୟ ମ୍ୟାଚ୍ ଫେବ୍ରୁଆରୀ ୨ରୁ ବିଶାଖାପାଟଣାରେ ଖେଳା ଯିବ। ବିସିସିଆଇ ପକ୍ଷରୁ କୁହାଯାଇଛି, ପ୍ରଥମ ଦୁଇଟି ଟେଷ୍ଟ ନଖେଳିବା ନେଇ ବିରାଟ କୋହଲି ଅଧିନାୟକ ରୋହିତ ଶର୍ମା, ଟିମ୍ ମ୍ୟାନେଜମେଣ୍ଟ ଓ ଚୟନକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି। ବିରାଟଙ୍କ ପ୍ରତି ଅଧିନାୟକଙ୍କ ସମର୍ଥନ ରହିଛି। ବିରାଟ କହିଛନ୍ତି ଯେ ଦେଶକୁ ପ୍ରତିନିଧିତ୍ୱ କରିବାକୁ ସେ ପ୍ରାଥମିକତା ଦିଅନ୍ତି। କିନ୍ତୁ ବ୍ୟକ୍ତିଗତ ସ୍ଥିତି କିଛି ଏମିତି ଅଛି ଯେ ସେଥିପ୍ରତି ତାଙ୍କୁ ଦୃଷ୍ଟି ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ବିରାଟଙ୍କ ବଦଳରେ କାହାକୁ ଟିମ୍‌ରେ ନିଆଯିବ ସେ ନେଇ ଖୁବ୍‌ଶୀଘ୍ର ପୁରୁଷ ଚୟନ କମିଟି ନାଁ ଘୋଷଣା କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    73 %
    1.7kmh
    3 %
    Sun
    24 °
    Mon
    38 °
    Tue
    35 °
    Wed
    37 °
    Thu
    37 °

    ସମ୍ବନ୍ଧିତ