Monday, June 23, 2025
25.6 C
Odisha

    ଗଂଜାମ ପରେ କେନ୍ଦ୍ରାପଡ଼ା ଗସ୍ତରେ ଭି.କେ ପାଣ୍ଡିଆନ: କଲେ ବିକାଶ କାମର ସମୀକ୍ଷା

    ଆଗକୁ ପଢନ୍ତୁ

    ଗଂଜାମ ପରେ ଆଜି କେନ୍ଦ୍ରାପଡା ଗସ୍ତରେ ଯାଇଛନ୍ତି ଫାଇଭ ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ । କେନ୍ଦ୍ରାପଡା ରାଜନଗର କେରେଡାଗଡରେ ସେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ । ଏହାସହ ବ୍ରହ୍ମଣୀ ନଦୀ ଉପରେ ଏକମାଣିଆ ସେତୁର ଶିଳାନ୍ୟାସ କରିଛନ୍ତି ଭି.କେ ପାଣ୍ଡିଆନ । ରାଜନଗର ଆସି ଦୁଇଟି ମନ୍ଦିରର ରୂପାନ୍ତର କାମର ଅନୁଧ୍ୟାନ କରିଛନ୍ତି । କିଛି ଦିନ ପୂର୍ବରୁ ସେ କେନ୍ଦ୍ରପଡା ଗସ୍ତରେ ଆସି ରାଜନଗରର ବାୟାବାବା ପୀଠକୁ ୫ କୋଟି ଟଙ୍କା ଓ କେରେଡାଗଡ ଶ୍ରୀଜଗନ୍ନାଥ ମନ୍ଦିରକୁ ୩ କୋଟି ଟଙ୍କାର ଆର୍ଥିକ ରାଶି ପ୍ରଦାନ କରିଥିଲେ । ଭି.କେ ପାଣ୍ଡିଆନ ସଡକ ପଥରେ ଫେରିବା ସମୟରେ ବିଭିନ୍ନ ଛକରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଭି.କେ ପାଣ୍ଡିଆନ ପଟ୍ଟାମୁଣ୍ଡାଇର ଗୋଗୁଆର ଲୋକଙ୍କ ସହ ଭାବର ଆଦାନପ୍ରଦାନ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    83 %
    3.4kmh
    100 %
    Mon
    26 °
    Tue
    26 °
    Wed
    31 °
    Thu
    33 °
    Fri
    32 °

    ସମ୍ବନ୍ଧିତ