Sunday, April 5, 2026
25.5 C
Odisha

    ଦୁଇ ଧାନଚୋରଙ୍କୁ ସାତବେଣ୍ଟିଆ କଲେ ଗ୍ରାମବାସୀ: ଚୂନ କାଳି ବୋଳି ଜୋତାମାଳ ପକାଇ ଗାଁ ବୁଲାଇଲେ

    ଆଗକୁ ପଢନ୍ତୁ

    ତେଲକୋଇ: ଧାନଚୋରି ଅଭିଯୋଗରେ ଦୁଇଜଣ ଯୁବକଙ୍କୁ ଗ୍ରାମବାସୀ ଧରି ସାତବେଣ୍ଟିଆ କରିଛନ୍ତି। ମୁହଁରେ ଚୂନ, କାଳି ବୋଳି, ବେକରେ ଜୋତାମାଳ ପକାଇ ଗାଁ ବୁଲାଇଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଭୀମକାଣ୍ଡ ପଞ୍ଚାୟତ ଅନ୍ତର୍ଗତ ଡିମିରିମୁଣ୍ଡା ଗାଁରେ। ଗତକାଲି ରାତିରେ ଗ୍ରାମର ସୁରେଶ ପ୍ରଧାନଙ୍କ ପରିବାର ଲୋକେ ଶୋଇଥିବା ସମୟରେ ଝରକା ଭାଙ୍ଗି ଗ୍ରାମର ଦୁଇଜଣ ଯୁବକ ଘ‌ରେ ପଶିଥିଲେ। ୮ ବସ୍ତା ଧାନ ଚୋରି କରିଥିଲେ। ଶବ୍ଦ ହେବାରୁ ହାତୀ ଗାଁକୁ ପଶି ଆସିଥିବା ସନ୍ଦେହ କରି ପଡ଼ୋଶୀ ଟର୍ଚ୍ଚ ମାରିଥିଲେ।

    ଦୁଇ ଯୁବକ ଧାନବସ୍ତା ଚୋରି କରୁଥିବା ଦେଖି ପାଟି କରିଥିଲେ। ଗ୍ରାମବାସୀ ଉଠି ଉଭୟଙ୍କୁ କାବୁ କରି ରାତିରେ ଗାଁ ମଣ୍ଡପରେ ରଖିଥିଲେ। ଏ ସମ୍ପର୍କରେ ରାତିରେ ପୁଲିସକୁ ଖବର ଦିଆଯାଇଥିଲା ମଧ୍ୟ ଗୁରୁତ୍ବ ଦେଇନଥିଲା। ଆଜି ସକାଳେ ଗ୍ରାମବାସୀଙ୍କ ନିଷ୍ପତ୍ତିକ୍ରମେ ଦୁଇ ଯୁବକଙ୍କ ମୁହଁରେ ଚୂନ, କାଳି ବୋଳିବା ସହ ବେକରେ ଜୋତାମାଳ ପିନ୍ଧାଇ ଗାଁ ବୁଲାଇଥିଲେ। ଖବର ପାଇ ପୁଲିସ ଗାଁରେ ପହଞ୍ଚିଥିଲା। ଏଥିରେ ସଂପୃକ୍ତ କିଛି ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ସୂଚନାଯୋଗ୍ୟ, କିଛିଦିନ ତଳେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆକୁଳ ଗ୍ରାମବର ଜଣେ ଯୁବକଙ୍କୁ ଗ୍ରାମବାସୀ ସମାନ ଢଙ୍ଗରେ ସାତବେଣ୍ଟିଆ କରି ଗାଁରେ ବୁଲାଇଥିଲେ। ସଚେତନତା ଅଭାବରୁ ତେଲକୋଇ ଭଳି ଉପାନ୍ତ ଅଞ୍ଚଳରେ ଏଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.5 ° C
    25.5 °
    25.5 °
    65 %
    3.2kmh
    72 %
    Sun
    25 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ