Monday, March 30, 2026
27.4 C
Odisha

    ଘର-ଶୌଚାଳୟ-ରାସନ ଆମେ ଦେଲୁ, କିନ୍ତୁ କଂଗ୍ରେସକୁ ଭୋଟ୍ ଦେଲ: ବାଂଲାଦେଶୀଙ୍କ ଉପରେ ବର୍ଷିଲେ ହିମନ୍ତ ବିଶ୍ବ ଶର୍ମା

    ଆଗକୁ ପଢନ୍ତୁ

    ଗୁଆହାଟୀ: ଲୋକସଭା ନିର୍ବାଚନ ପରେ ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଗଠନ କରାଯାଇଛି। ସରକାରଙ୍କ ସମସ୍ତ ମନ୍ତ୍ରୀ ସେମାନଙ୍କର କାର୍ଯ୍ୟ ସମ୍ଭାଳିଛନ୍ତି। ସେପଟେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବାଂଲାଦେଶୀ ମୂଳ ଲୋକଙ୍କ ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ ଏହି ସମ୍ପ୍ରଦାୟର ଲୋକମାନେ ମୋଦୀ ସରକାରଙ୍କ ଠାରୁ ଘର, ଶୌଚାଳୟ, ରାସ୍ତା, ରାସନ ନେଇଥିଲେ କିନ୍ତୁ କଂଗ୍ରେସକୁ ଭୋଟ୍ ଦେଇଥିଲେ।ସିଏମ ଆହୁରି ମଧ୍ୟ କହିଛନ୍ତି ଯେ ମୋଦୀଙ୍କୁ ହଟାଇ ସେମାନଙ୍କ ସମ୍ପ୍ରଦାୟର ପ୍ରାଧାନ୍ୟ ବଜାୟ ରଖିବା ସେମାନଙ୍କର ମୂଳ ଉଦ୍ଦେଶ୍ୟ। ଗୁଆହାଟୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସିଏମ୍ ଏହି ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଆସାମର ଏହା ହେଉଛି ଏକମାତ୍ର ସମ୍ପ୍ରଦାୟ ଯାହା ସାମ୍ପ୍ରଦାୟିକତା ସହ ଜଡିତ ଅଛି। ଏହା ପ୍ରମାଣ କରେ ଯେ ହିନ୍ଦୁ ସମ୍ପ୍ରଦାୟ ସାମ୍ପ୍ରଦାୟିକତା ସହ ଜଡିତ ନୁହେଁ। ଯଦି ଏହି ପ୍ରକାର କାର୍ଯ୍ୟରେ କୌଣସି ସମ୍ପ୍ରଦାୟ ଲିପ୍ତ ଅଛି, ତାହା ହେଉଛି ଏହି ସମ୍ପ୍ରଦାୟ।

    ସୂଚନାଯୋଗ୍ୟ ହିମନ୍ତ ପୂର୍ବରୁ କଂଗ୍ରେସରେ ଥିଲେ। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନ ପରେ ସେ ବିଜେପିରେ ଯୋଗ ଦେଇଥିଲେ। କଂଗ୍ରେସ ଛାଡିବାବେଳେ ସେ କହିଥଲେ ଯେ ରାହୁଲ ଗାନ୍ଧୀଙ୍କର କୁକୁରମାନଙ୍କୁ ଖାଇବାକୁ ଦେବାର ସମୟ ଅଛି କିନ୍ତୁ ଦଳର ନେତାଙ୍କ ସହ କଥାବାର୍ତ୍ତା କରିବାର ସମୟ ନାହିଁ। ୨୦୨୧ ବିଧାନସଭା ନିର୍ବାଚନରେ ​​କ୍ରମାଗତ ଦ୍ୱିତୀୟ ଥର ପାଇଁ ଆସାମରେ ବିଜେପି ସରକାର ଗଠନ କରିଛି। ଏହା ପରେ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲେ | ସେ ରାଜ୍ୟର ଦଳର ଦ୍ୱିତୀୟ ସିଏମ୍। ସେ ପ୍ରାୟତଃ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଥାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ