Saturday, October 10, 2026
24.4 C
Odisha

    ଆସନ୍ତାକାଲିଠୁ ରାଜ୍ୟରେ ସ୍ୱାଭାବିକ ଭାବେ ଖୋଲିବ ବିଦ୍ୟାଳୟ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆସନ୍ତାକାଲିଠୁ ରାଜ୍ୟରେ ସ୍ୱାଭାବିକ ଭାବେ ଖୋଲିବ ସ୍କୁଲ। ରାଜ୍ୟରେ ପାଣିପାଗ ବଦଳିବା ହେତୁ, ସ୍କୁଲ ସ୍ୱାଭାବିକ ଚାଲିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଯେ, ରାଜ୍ୟରେ ପାଣିପାଗ ବଦଳିଛି, ତେଣୁ ସ୍କୁଲ ସ୍ୱାଭାବିକ ହେବାରେ କୌଣସି ଅସୁବିଧା ହେବ ନାହିଁ। ଏଥିସହିତ ଗଣିତ ଶିକ୍ଷାକୁ ନେଇ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଦିଆଯିବ। ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଗଣିତରେ ଭଲ ଜ୍ଞାନ ଆସିବ। ସମୟ ସମୟରେ ଏଭଳି ପଦକ୍ଷେପ ନିଆଯିବା ଆବଶ୍ୟକ ରହିଛି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ।ସୂଚନାଯୋଗ୍ୟ ଯେ,ରାଜ୍ୟରେ ପ୍ରବଳ ଖରା କାରଣରୁ ସ୍ୱାଭାବିକ ଭାବେ ଚାଲିପାରୁନଥିଲା ସ୍କୁଲ। ହେଲେ ଏବେ ପାଣିପାଗ ବଦଳିଥିବାରୁ, ସ୍କୁଲ ସ୍ୱାଭାବିକ ଚାଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ