Tuesday, September 29, 2026
30.1 C
Odisha

    ଅଧିକ ଗରମ ଖାଦ୍ୟ ଖାଉଥିଲେ ହୋଇଯାନ୍ତୁ ସାବଧାନ! ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ ଖରାପ ପ୍ରଭାବ

    ଆଗକୁ ପଢନ୍ତୁ

    ପ୍ରାୟତଃ ଲୋକମାେନ ଗରମ ଖାଦ୍ୟ ଖାଇବା ଏବଂ ପିଇବା ପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ଯେଉଁମାନେ ଗରମ ଖାଦ୍ୟ ଖାଇବାକୁ ଏବଂ ଗରମ ଚା ପିଇବାକୁ ଭଲ ପାଆନ୍ତି, ଏଥିପ୍ରତି ସାବଧାନ ହୋଇଯିବା ଉଚିତ । ତେବେ ଅତ୍ୟଧିକ ଗରମ ଖାଦ୍ୟ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ବର୍ତ୍ତମାନ ଆପଣ ଚିନ୍ତା କରୁଥିେବ ଯେ ଗରମ ଖାଦ୍ୟ ସ୍ୱାଦିଷ୍ଟ ହୋଇଥାଏ, ତେବେ ଏହାକୁ ଖାଇବାେରଅସୁବିଧା କ’ଣ। ଗରମ ଖାଦ୍ୟ ଖାଇବାର ଆନନ୍ଦ ଅନ୍ୟ କିଛି ହୋଇଥାଏ, କିନ୍ତୁ ଯଦି ଆପଣ ଅଧିକ ଗରମ ଖାଦ୍ୟ ଖାଆନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ପ୍ରତ୍ୟେକ ଖାଦ୍ୟର ଏକ ନିର୍ଦ୍ଦିଷ୍ଟ ତାପମାତ୍ରା ଥାଏ, ଯେପରି କିଛି ଜିନିଷ ଗରମ ଥିବା ସମୟେର ଭଲ ସ୍ୱାଦ ଦେଇଥାଏ ଏବଂ କିଛି ଜିନିଷ ଥଣ୍ଡା ଥିବା ବେଳେ ଭଲ ସ୍ବାଦ ଦେଇଥାଏ । କିନ୍ତୁ ଅତ୍ୟଧିକ ଗରମ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କୁ ଅେନକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାେର ।

    ଅତ୍ୟଧିକ ଗରମ ଖାଦ୍ୟ ଖାଇବାର କ୍ଷତି କ’ଣ ?
    ଦାନ୍ତ ସମସ୍ୟା ହୋଇପାେର : ଯଦି ଆପଣ ଅତ୍ୟଧିକ ଗରମ ଖାଦ୍ୟ ଖାଆନ୍ତି କିମ୍ବା ପିଅନ୍ତି, ତେବେ ଏହା ଦାନ୍ତର କ୍ଷତି କରାଇପାେର । ଅତ୍ୟଧିକ ଗରମ ଏବଂ ଥଣ୍ଡା ଖାଦ୍ୟ ଖାଇବା କାରଣରୁ ଦାନ୍ତ ସମସ୍ୟା ବଢିପାେର । ତେଣୁ, ସର୍ବଦା ସାଧାରଣ ତାପମାତ୍ରାରେ ଜିନିଷ ଖାଇବା ଉଚିତ। ଯାହା ଫଳେର ଦାନ୍ତ ସମସ୍ୟା ହେବ ନାହିଁ ।

    ଗଳା ଏବଂ ଜିଭ ପାଇଁ କ୍ଷତି ହୋଇପାେର : ଅତ୍ୟଧିକ ଗରମ ଖାଦ୍ୟ ଖାଇବା ଆମ ଶରୀରର ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ । ଯାହା ମାଧ୍ୟମରେ ଖାଦ୍ୟ ଆମ ପେଟ ଭଳିତରକୁ ଯାଇଥାଏ । ଏହାର ଅର୍ଥ ଅତ୍ୟଧିକ ଗରମ ଖାଦ୍ୟ ଖାଇବା ଦ୍ୱାରା ଜିଭ ଏବଂ ଗଳା ଜଳି ଯାଇପାେର । ଗରମ ଖାଦ୍ୟ ଖାଇବା ଜିଭକୁ ଜାଳିଦିଏ, ଯାହାର ପ୍ରଭାବ ଅନେକ ଦିନ ପର୍ଯ୍ୟନ୍ତ ରହିଥାଏ । ଅନେକ ଥର ଅତ୍ୟଧିକ ଗରମ ଖାଦ୍ୟ ଖାଇବା ଦ୍ୱାରା ଗଳା ଫୁଲିଯାଏ ଏବଂ ଅନ୍ତନଳୀରେ ମଧ୍ୟ କ୍ଷତି ହୋଇଥାଏ । ସେଥିପାଇଁ ଅତ୍ୟଧିକ ଗରମ ଖାଦ୍ୟ ଖାଇବା ଠାରୁ ଦୂେରଇ ରୁହନ୍ତୁ ।

    ଗ୍ୟାସ୍ ସମସ୍ୟା : ଯେଉଁମାନେ ଅତ୍ୟଧିକ ଗରମ ଖାଦ୍ୟ ଖାଆନ୍ତି ସେମାନଙ୍କ ମଧ୍ୟରେ ଅଧିକ ଗ୍ୟାସ୍ ସମସ୍ୟା ମଧ୍ୟ ଦେଖାଯାଏ । ଅତ୍ୟଧିକ ଗରମ ଖାଦ୍ୟ ଖାଇବା ଶରୀରରେ ଗ୍ୟାସ ସମସ୍ୟା ସୃଷ୍ଟି କରିଥାଏ । ଯେଉଁଥିପାଇଁ ଆପଣଙ୍କର ଅନ୍ୟାନ୍ୟ ସମସ୍ୟା ହୋଇପାରେ ।

    ପେଟ ପାଇଁ କ୍ଷତିକାରକ ହୋଇଥାଏ : ଅତ୍ୟଧିକ ଗରମ ଖାଦ୍ୟ ଖାଇବା ଦ୍ୱାରା ପେଟରେ ଉତ୍ତାପ ବଢିପାରେ । ଅତ୍ୟଧିକ ଗରମ ଜିନିଷ ମଧ୍ୟ ପେଟକୁ ଖରାପ କରିପାରେ । ଏହାଦ୍ୱାରା ପେଟରେ ପୋଡିବା ଏବଂ ପେଟ ଘାଆ ମଧ୍ୟ ହୋଇପାରେ । ଅତ୍ୟଧିକ ଗରମ ଖାଦ୍ୟ ଖାଇବା ଦ୍ୱାରା ଏସିଡିଟି ଏବଂ ବାନ୍ତି ହେବାର ଆଶଙ୍କା ବଢିଯାଏ । ସେଥିପାଇଁ ଯେଉଁମାେନ ଗରମ ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରନ୍ତି, ସେମାେନ ଏହି ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ । ନେଚତ୍‌ ଆଗକୁ ଯାଇ ଆପଣ ଅେନକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    61 %
    3kmh
    10 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ