Tuesday, April 14, 2026
28.8 C
Odisha

    ମଙ୍କିପକ୍ସ ପାଇଁ ପ୍ରଥମ ଟିକାକୁ ଅନୁମୋଦନ ଦେଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମଙ୍କିପକ୍ସର ପ୍ରଥମ ଟିକାକୁ ଅନୁମତି ପ୍ରଦାନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଲଚ୍‌ଓ। ଆଫିକ୍ରା ମହାଦେଶରେ ଏମପକ୍ସ ବ୍ୟାପିବାରେ ଲାଗିବ ରୋକ। ଭାରତରେ ବି କିଛି ମାତ୍ରାରେ ଚିହ୍ନଟ ହୋଇଛି ମଙ୍କିପକ୍ସ ରୋଗୀ। ତେଣୁ ଏହି ରୋଗକୁ ପାଇଁ ଟିକା ଜରୁରୀ ଥିଲା।

    ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗୁରୁବାର ଦିନ ବଭାରିଆନ୍ ନର୍ଡିକ ଟିକାର ନାମ ଘୋଷଣା କରିଛନ୍ତି। ମାରାତ୍ମକ ମଙ୍କିପକ୍ସ ବିରୋଧରେ ଲଢ଼େଇ କରିବାରେ ଏହା ହେବ ପ୍ରଥମ ଟିକା। ଏହି ଟିକାକୁ ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତ ବ୍ୟକ୍ତିଙ୍କୁ ଦିଆଯାଇପାରିବ ବୋଲି ଡବ୍ଲୁଏଚ୍‌ଓ ସୂଚୀତ କରିଛି।

    ଏହି ଟିକାକୁ ୪ ସପ୍ତାହ ବ୍ୟବଧାନରେ ୨ ଡୋଜ୍‌ ଦିଆଯାଇପାରିବ। ଡବ୍ଲୁଏଚ୍‌ଓ ଏକ ବିବୃତିରେ କହିଛି, ‘‘ଉପଲବ୍ଧ ତଥ୍ୟ ଦର୍ଶାଉଛି ଯେ ଏହି ବଭାରିଆନ୍ ନର୍ଡିକ ଟିକା ମଙ୍କିପକ୍ସ ବିରୋଧର ପ୍ରାୟ ୭୬ ପ୍ରତିଶତ କାମ କରିବ।’’

    ଡବ୍ଲୁଏଚ୍‌ଓର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ କହିଛନ୍ତି ଯେ, ‘‘ମଙ୍କିପକ୍ସ ବିରୋଧରେ ଆମର ସଂଗ୍ରାମର ଏହି ଟିକା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସମସ୍ତଙ୍କୁ ଟିକାକରଣର ସମାନ ସୁବିଧା ପ୍ରଦାନ କରାଯିବ।’’

    ଏଥିସହ ଅନ୍ୟାନ୍ୟ ଜନସ୍ୱାସ୍ଥ୍ୟ ଉପକରଣ ମଧ୍ୟ “ସଂକ୍ରମଣକୁ ରୋକିବା, ସଂକ୍ରମଣ ବନ୍ଦ କରିବା ଏବଂ ଜୀବନ ରକ୍ଷା କରିବା” ପାଇଁ ଜରୁରୀ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    29 %
    2.1kmh
    0 %
    Mon
    29 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ