Sunday, September 13, 2026
28.6 C
Odisha

    କେବଳ ଫଟୋ ଦେଖି ପ୍ରଥମ ପତ୍ନୀଙ୍କୁ ଫୋନରେ ବିବାହ କରିଥିଲେ ଶୋଏବ, ପରେ ହୋଇଥିଲେ ଠକାମିର ଶିକାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେବଳ ଫଟୋ ଦେଖି ପ୍ରଥମ ପତ୍ନୀଙ୍କୁ ଫୋନରେ ବିବାହ କରିଥିଲେ ଶୋଏବ। ପରେ ହୋଇଥିଲେ ଠକାମିର ଶିକାର। ଏବେ ପାକିସ୍ତାନୀ ଷ୍ଟାର କ୍ରିକେଟର ଶୋଏବ ମଲିକ ନିଜ ତୃତୀୟ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି କ୍ରିକେଟର ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ତାଙ୍କ ଜୀବନସାଥୀ ଭାବେ ବାଛିଛନ୍ତି। ଶୋଏବଙ୍କ ଏହା ତୃତୀୟ ବିବାହ ବୋଲି ଜଣାପଡ଼ିବା ପରେ ସେ ପ୍ରଥମ ବିବାହ କେବେ କରିଥିଲେ, ଏ ପ୍ରଶ୍ନ ସମସ୍ତଙ୍କ ମନକୁ ଆସିଥିଲା। କାରଣ ଅନେକ ଲୋକ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ତାଙ୍କର ପ୍ରଥମ ପତ୍ନୀ ବୋଲି ଭାବୁଥିଲେ।
    ତେବେ ଆଜି ଆମେ ଶୋଏବଙ୍କ ପ୍ରଥମ ପତ୍ନୀ ଆୟେଶା ସିଦ୍ଦିକିଙ୍କ ବିଷୟରେ ଆପଣଙ୍କୁ ଜଣାଇବୁ। ଆୟେଶା ଜଣେ ଶିକ୍ଷୟତ୍ରୀ ଥିବା ବେଳେ ୨୦୦୨‌ରେ ସେ ଶୋଏବଙ୍କୁ ବିବାହ କରିଥିଲେ। ସେତେବେଳେ ଶୋଏବଙ୍କୁ ମାତ୍ର ୨୦ବର୍ଷ ବୟସ ହୋଇଥିଲା। ଶୋଏବଙ୍କ ଅନୈତିକ ସମ୍ପର୍କ ପାଇଁ ଆୟେଶା ତାଙ୍କଠାରୁ ୨୦୧୦ରେ ଛାଡ଼ପତ୍ର ନେବା ପରେ ଶୋଏବ, ସାନିଆଙ୍କୁ ବିବାହ କରିଥିଲେ। ତେବେ ଅୟେଶା ଅନୈତିକ ସମ୍ପର୍କର ଅଭିଯୋଗ ଆଣିଥିବା ବେଳେ ଶୋଏବ ଠକାମିର ଅଭିଯୋଗ ଆଣିଥିଲେ।

    ସେ କହିଥିଲେ ଯେ, ଜଣେ ସୁନ୍ଦର ମହିଳାଙ୍କ ଫଟୋ ଦେଖିବା ସହ ଫୋନରେ କଥା ହୋଇ ସେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ମହିଳାଜଣକ ସୁନ୍ଦର ବୋଲି ଭାବି ସେ ଫୋନରେ ହିଁ ନିକାହ କରିିଥିଲେ। ହେଲେ ପରେ ‌ଫଟୋରେ ଥିବା ମହିଳା ଓ ଫୋନରେ କଥା ହେଉଥିବା ମହିଳା ସମାନ ନୁହନ୍ତି ବୋଲି ସେ ଜାଣିବାକୁ ପାଇଥିଲେ। ତେବେ ଶୋଏବଙ୍କ ସଫେଇ ପରେ ବି ଆୟେଶା ତାଙ୍କ ସହ ହୋଇଥିବା ଅତ୍ୟାଚାରର ପ୍ରମାଣ ପୁଲିସକୁ ଦେଇଥିଲେ। ଏମିତି କି ଶୋଏବଙ୍କ ପାଇଁ ତାଙ୍କର ଗର୍ଭପାତ ହୋଇଥିବା କଥା ସେ ପୁଲିସକୁ ଜଣାଇଥିଲେ। ପରେ ମାମଲା କୋର୍ଟକୁ ଯିବାରୁ ୧୫କୋଟି ଟଙ୍କାର ଭରଣପୋଷଣ ଦେଇ ମାମଲାର ସମାଧାନ କରିଥିଲେ ଶୋଏବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    76 %
    1.1kmh
    71 %
    Sun
    28 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ