Friday, March 13, 2026
22 C
Odisha

    ଭାରତରେ ବନ୍ଦ ହୋଇଯିବ କି ହ୍ବାଟ୍ସଆପ୍ ? କାହିଁକି ଏପରି କଥା କହିଲା ଏହି କମ୍ପାନି ?

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:  ନିଜର ଏନକ୍ରିପସନ ହଟାଇବାକୁ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟ୍ସଆପ୍ ମନା କରିଦେଇଛି । ଭାରତରେ ଯଦି ଏପରି କରିବାକୁ ବାଧ୍ୟ କରାଯାଏ, ତେବେ କମ୍ପାନି ନିଜର ସେବା ବନ୍ଦ କରିବାକୁ ଚେତାବନୀ ଦେଇଛି । ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ବେଳେ ହ୍ବାଟ୍ସଆପ ଏହା କହିଛି ।ଏହା ସହିତ ହ୍ବାଟ୍ସଆପ ଭାରତର ନୂଆ ଆଇଟି ନିୟମ, ୨୦୨୧କୁ କୋର୍ଟରେ ଚ୍ୟାଲେଞ୍ଜ କରିଛି। ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ଜରିଆରେ ୟୁଜର୍ସଙ୍କ ଗୋପନୀୟତା ସୁରକ୍ଷିତ ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏହା ଜରିଆରେ ଏହା ସୁନିଶ୍ଚିତ କରାଯାଏ ଯେ କେବଳ ମେସେଜର ପ୍ରେରକ ଏବଂ ଗ୍ରହଣକାରୀ ହିଁ ଭିତର ବିଷୟବସ୍ତୁ ଜାଣିପାରିବେ । ହ୍ବାଟ୍ସଆପର ମୂଳ କମ୍ପାନି ମେଟା  ତରଫରୁ କୋର୍ଟରେ ହାଜର ହୋଇଥିବା ବରିଷ୍ଠ ଓକିଲ ତେଜସ କାରିଆ କୋର୍ଟଙ୍କୁ କହିଥିଲେ ଯେ ଏକ ପ୍ଲାଟଫର୍ମ ଭାବରେ ଆମେ କହୁଛୁ ଯେ ଯଦି ଆମକୁ ଏନକ୍ରିପ୍ସନ୍ ଭାଙ୍ଗିବାକୁ କୁହାଯାଏ ତେବେ ଭାରତରେ ହ୍ୱାଟ୍ସଆପ ନିଜର ସେବା ବନ୍ଦ କରିଦେବ ।

    ଭାରତରେ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସଆପର ୪୦୦ ମିଲିୟନରୁ ଅଧିକ ୟୁଜର ଅଛନ୍ତି । ଏହା ସହିତ ଅନେକ ବ୍ୟବସାୟିକ ଆକାଉଣ୍ଟ ମଧ୍ୟ ହ୍ବାଟ୍ସଆପ ମାଧ୍ୟମରେ ଚାଲୁ ରହିଛି । ଯଦି ସେବା ବନ୍ଦ ହୁଏ ତେବେ ଏସବୁ ୟୁଜରମାନେ ପ୍ରଭାବିତ ହେବେ ।

    ଅନ୍ୟପକ୍ଷରେ ନୂଆ ଆଇଟି ନିୟମ ଅନୁସାରେ କମ୍ପାନିମାନେ ତଦନ୍ତକାରୀ ଅଧିକାରୀମାନଙ୍କୁ ସହଯୋଗ କରିବାକୁ ବାଧ୍ୟ । କାରଣ ହ୍ବାଟ୍ସଆପ ମାଧ୍ୟମରେ ପଠାଯାଉଥିବା ମେସେଜ ଓ କରାଯାଉଥିବା କଲକୁ ପୁଲିସ ଓ ଅନ୍ୟ ଏଜେନ୍ସିମାନେ ସହଜରେ ଠାବ କରିପାରନ୍ତି ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    22 %
    1.1kmh
    0 %
    Fri
    38 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ