Sunday, March 29, 2026
39.2 C
Odisha

    ସୋମବାରଠାରୁ ଆରମ୍ଭ ସଂସଦର ଶୀତ ଅଧିବେଶନ ; ବିରୋଧୀଙ୍କ ସହଯୋଗୀ ଲୋଡିଲେ ସରକାର

    ଆଗକୁ ପଢନ୍ତୁ

    ସୋମବାରଠୁ ଆରମ୍ଭ ହେଉଛି ସଂସଦର ଶୀତ ଅଧିବେଶନ । ଏହା ପୂର୍ବରୁ ରବିବାର କେନ୍ଦ୍ର ସରକାରଙ୍କପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଥିଲା । ଚଳିତ ଅଧିବେଶନ କିପରି ସୁରୁଖୁରୁରେ ଚାଲିପାରିବ, ଏନେଇ ବିରୋଧୀ ଦଳ ମାନଙ୍କ ପାଖରୁ ସହଯୋଗ ଲୋଡ଼ିଛନ୍ତି ସରକାର। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ବୈଠକର ନେତୃତ୍ୱ ନେଇଥିବା ବେଳେ ବିରୋଧୀ ଦଳ ସଦସ୍ୟ ମାନେ ସର୍ବଦଳୀୟ ବୈଠକରେ ସାମିଲ ହୋଇଥିଲେ । ବିଭିନ୍ନ ପ୍ରସଙ୍ଗକୁ ନେଇ ଶୀତ ଅଧିବେଶନ ବେଶ ସରଗରମ ରହିବ ବୋଲି ଆଶା କରାଯାଉଛି । ଏହି ଅଧିବେଶନରେ ୱାକଫ ସଂଶୋଧନ ବିଲ୍, ମଣିପୁର ହିଂସା ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି । ଆଦାନୀ ବିରୋଧରେ ଆମେରିକାର ଅଭିଯୋଗକୁ ନେଇ ମଧ୍ୟ ସରକାରଙ୍କୁ ଘେରିବାକୁ ଟାର୍ଗେଟ ରଖିଛନ୍ତି ବିରୋଧୀ। ସେପଟେ ଏହାର ସଫଳ ମୁକାବିଲା ପାଇଁ ସରକାର ମଧ୍ୟ ପ୍ରସ୍ତୁତ ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.2 ° C
    39.2 °
    39.2 °
    13 %
    4.1kmh
    4 %
    Sun
    40 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ