Sunday, March 22, 2026
32.5 C
Odisha

    ମେଟ୍ରୋ ଟ୍ରେନରେ ଶାଢ଼ି ଫସିବାରୁ ଚାଲିଗଲା ମହିଳାଙ୍କ ଜୀବନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମେଟ୍ରୋ ଟ୍ରେନରେ ଶାଢ଼ି ଫସିବାରୁ ଗଲା ଜୀବନ। ଜଣେ ମହିଳା ମେଟ୍ରୋରେ ଚଢ଼ୁଥିବା ବେଳେ ତାଙ୍କ ଶାଢ଼ି ମେଟ୍ରୋର କବାଟରେ ଫସି ଯାଇଥିଲା। ଏହି କାରଣରୁ ସେ ପ୍ରାୟ ୨୫ମିଟର ପର୍ଯ୍ୟନ୍ତ ଘୋଷ‌ୋଡି ହୋଇ ଚାଲିଯାଇଥିଲେ। ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଏବେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୁରୁବାର ଏହି ଘଟଣା ଘଟିଥିବା ବେଳେ ଶନିବାର ସଫଦରଜଙ୍ଗ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ରୀନା ବୋଲି ଜଣାପଡ଼ିଛି।

    ସୂଚନା ମୁତାବକ, ଡିସେମ୍ବର ୧୪ ତାରିଖରେ ମହିଳା ଓ ତାଙ୍କ ପୁଅ ହିତେନ୍ଦ୍ରଙ୍କ ସହ ଇନ୍ଦ୍ରଲୋକରୁ ମୋହନ ନଗର ପର୍ଯ୍ୟନ୍ତ ମେଟ୍ରୋରେ ଚଢ଼ିବାକୁ ଚେଷ୍ଟା କରୁଥିଲେ। ମହିଳା ଜଣକ ଶାଢ଼ି ପିନ୍ଧିଥିବା ବେଳେ ହାତରେ ବୋତଲ ଓ ଜ୍ୟାକେଟ୍ ଥିଲା। ଏହାପରେ ମେଟ୍ରୋ କବାଟର ସେନସର କାମ କରୁନଥିବାରୁ ମେଟ୍ରୋ ଟ୍ରେନର କବାଟରେ ଶାଢ଼ି ଫସି ଯାଇଥିଲା ଏବଂ ସେ ଅନେକ ମିଟର ପର୍ଯ୍ୟନ୍ତ ଟାଣି ହୋଇଯାଇଥିଲେ । ପରେ ଷ୍ଟେସନର ଖୁଣ୍ଟରେ ମାଡ଼ ହୋଇ ମହିଳା ଜଣକ ମେଟ୍ରୋ ଟ୍ରାକ୍ ଉପରେ ପଡ଼ିଯାଇଥିଲେ। ଏହି ସମୟରେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।  ମହିଳାଜଣକ ପୁଅ ସହ ନିଜ ବାପ ଘରକୁ ଯାଉଥିଲେ ବୋଲି ଜଣାପଡ଼ିଛି।

    ଏହି ଘଟଣା  ସଂପର୍କରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ କହିଛି ଯେ ଏହାର ତଦନ୍ତ କରାଯାଉଛି । ମେଟ୍ରୋ ରେଳ ସୁରକ୍ଷା କମିଶନର ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସିସିଟିଭି ଫୁଟେଜ୍ ଓ ଘଟଣାର ପ୍ରମାଣରୁ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଡିଏମ୍ଆରସି ପକ୍ଷରୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.5 ° C
    32.5 °
    32.5 °
    13 %
    4.6kmh
    1 %
    Sun
    32 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ