Wednesday, September 30, 2026
22.9 C
Odisha

    ପାର୍ସଲ ଆଣିବାକୁ ବସ୍‌ଷ୍ଟାଣ୍ଡ ଯାଇଥିଲେ ମହିଳା; ଚାପିଦେଲା ଲକ୍ଷ୍ମୀ ବସ୍‌

    ଆଗକୁ ପଢନ୍ତୁ

    ଆଠଗଡ଼: ଲକ୍ଷ୍ମୀ ବସ ଚାପାରେ ରବିବାର ସନ୍ଧ୍ୟାରେ ଜଣେ ମହିଳାଙ୍କ ମୃତ୍ୟୁ ଭଳି ଅଭାବନୀୟ ଘଟଣା ଘଟିଛି। କଟକ ଜିଲ୍ଲା ଆଠଗଡ଼ ବସ୍‌ଷ୍ଟାଣ୍ଡରେ ଏହି ଅପ୍ରୀତିକର ଘଟଣା ଘଟିଛି। ମୃତ ମହିଳା ହେଲେ କାଜଲ କିରଣ। ସୂଚନା ଅନୁସାରେ ଆଠଗଡ଼ ଥାନା ଅନ୍ତର୍ଗତ ଧାଇପୁର ଗ୍ରାମର ସୁକୁମାର ପ୍ରଧାନ, ତାଙ୍କର ପତ୍ନୀ କାଜଲ କିରଣ ଏବଂ ଦୁଇ ବର୍ଷର ପୁଅ ସହ ବାଇକରେ ସନ୍ଧ୍ୟା ସମୟରେ ଆଠଗଡ ବସଷ୍ଟାଣ୍ଡକୁ ଆସିଥିଲେ। ଏଠାରେ ଏକ ଘରୋଇ ବସ୍‌ ‘ବାବାମଣି’ ଠାରୁ ଆସିଥିବା ଏକ ପାର୍ସଲ ଗ୍ରହଣ କରିବା ପାଇଁ ଆସିଥିଲେ। ସୁକୁମାର ଗାଡ଼ି ଠାରୁ ପାର୍ସଲ ଗ୍ରହଣ କରିବାକୁ ଯାଇଥିଲା ବେଳେ ତାଙ୍କର ପତ୍ନୀ ଓ ପୁତ୍ର ବାଇକ ନିକଟରେ ଠିଆ ହୋଇଥିଲେ। ସେହି ସମୟରେ ହଠାତ ବସଷ୍ଟାଣ୍ଡ ମଧ୍ୟରେ ଥିବା ଲକ୍ଷ୍ମୀ ବସ୍‌ ପଛୁଆ ଆସି ମହିଳାଙ୍କୁ ଧକ୍କା ମାରିଥିଲା। ଫଳରେ କାଜଲ ତଳେ ପଡିଯାଇଥିଲେ ଏବଂ ଗାଡ଼ିର ଚକା ତାଙ୍କ ଉପରେ ଚଢ଼ି ଯାଇଥିଲା।
    ଉପସ୍ଥିତ ଥିବା ଜନତା ପାଟିତୁଣ୍ଡ କରି ଥିଲେ। ତୁରନ୍ତ ଆଠଗଡ ଆଇଆଇସି ଅନିରୁଦ୍ଧ ମୁଦୁଲି ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ଏ ଘଟଣା ପରେ ଉପଖଣ୍ଡ ଚିକିତ୍ସାଳୟରେ ଧାଇପୁର ଗ୍ରାମବାସୀମାନେ ପହଞ୍ଚି ଥିଲେ। ସୋମବାର ଶବ ବ୍ୟବଛେଦ କରାଯିବ। ରିପୋର୍ଟ ଲେଖା ପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇ ନଥିଲା ବେଳେ ଗାଡ଼ି ଚାଳକ ଫେରାର ହୋଇ ଯାଇଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.9 ° C
    22.9 °
    22.9 °
    85 %
    1.1kmh
    82 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ