Tuesday, March 24, 2026
29.2 C
Odisha

    ସୋଆରେ ବିଶ୍ୱ ତମାଖୁ ମୁକ୍ତ ଦିବସ ପାଳିତ

    ଆଗକୁ ପଢନ୍ତୁ

    ବିଶ୍ୱ ତମାଖୁ ମୁକ୍ତ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ ସାଇନ୍‌ସେସ୍ (ଆଇଡିଏସ୍‌)ର ପବ୍ଲିକ୍ ହେଲ୍‌ଥ ଡେଂଟିଷ୍ଟ୍ରି ବିଭାଗ ପକ୍ଷରୁ ସଫେଇ କର୍ମଚାରୀଙ୍କ ନିମନ୍ତେ ତମାଖୁ ବର୍ଜନ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
    ଏହି ଅବସରରେ ଦନ୍ତ ଚିକିତ୍ସକମାନେ ଉଭୟ ଧୁମ୍ର ପାନ ଓ ଧୁମ୍ର ବିହୀନ ତମାଖୁର ଭୟାବହତା ସମ୍ପର୍କରେ ସଚେତନ କରାଇବା ସହ ଏଥିରୁ କିଭଳି ନିବୃତ ରହିପାରିବେ ସେ ନେଇ ଉପାୟ ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ସୋଆରେ କାର୍ଯ୍ୟରତ ପ୍ରାୟ ୧ହଜାରରୁ ଊର୍ଦ୍ଧ୍ୱ ସଫେଇ କର୍ମଚାରୀମାନେ ଏହି ଅବସରରେ ଉପସ୍ଥିତ ରହି ପରାମର୍ଶ ଗ୍ରହଣ କରିଥିଲେ । ତମାଖୁ ସେବନ ଦ୍ୱାରା କିଭଳି ମୁଖ କର୍କଟ, ଯକୃତ କର୍କଟ, ଫୁସ୍‌ଫୁସ୍ କର୍କଟ, ପାକସ୍ଥଳୀ କର୍କଟ ଓ ପ୍ରଜନନ ଅଂଗ କର୍କଟରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି ସେ ନେଇ ଡାକ୍ତରମାନେ ଏହି ସଫେଇ କର୍ମଚାରୀମାନଙ୍କୁ ବୁଝାଇଥିଲେ ।
    ସଫେଇ କର୍ମଚାରୀମାନଙ୍କ କ୍ଷେତ୍ରରେ ତମାଖୁ ସେବନର ମାତ୍ରା ଅଧିକ ଦେଖା ଦେଉଥିବାରୁ ସେମାନଙ୍କୁ କିଭଳି ସଚେତନ କରାଯାଇପାରିବ ତାହା ହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଆଇଡିଏସ୍‌ର ପବ୍ଲିକ୍ ହେଲ୍‌ଥ ଡେଂଟିଷ୍ଟ୍ରି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ରାଧା ପ୍ରସନ୍ନ ଦଳାଇ। ଏହି ଅବସରରେ ଆଇଡିଏସ୍‌ର ଡିନ୍ ପ୍ରଫେସର (ଡାକ୍ତର) ନୀତା ମହାନ୍ତି, ପବ୍ଲିକ ହେଲ୍‌ଥ ଡେଂଟିଷ୍ଟ୍ରି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଧର୍ମଶ୍ରୀ ଏସ୍ ଓ ଅନ୍ୟ ବିଭାଗୀୟ ଡାକ୍ତରମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଆଇଡିଏସ୍‌ର ଛାତ୍ରଛାତ୍ରୀମାନେ ସଚେତନ କରାଇବା ସହ ନାଟକ ମାଧ୍ୟମରେ ତମାଖୁ ସେବନର ଭୟାଭୟତା ବଖାଣି ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    24 %
    0.5kmh
    0 %
    Tue
    31 °
    Wed
    38 °
    Thu
    38 °
    Fri
    41 °
    Sat
    40 °

    ସମ୍ବନ୍ଧିତ