Sunday, September 6, 2026
29.5 C
Odisha

    ଖଲି ପଚାରିଥିବା ପ୍ରଶ୍ନର ପ୍ରେମାନନ୍ଦ ମହାରାଜ ଦେଲେ ଏଭଳି ଉତ୍ତର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଧାରାଣୀଙ୍କ ପରମ ଭକ୍ତ ଓ ମଥୁରା ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ପ୍ରେମାନନ୍ଦ ମହାରାଜଙ୍କ ପାଖକୁ ଅନେକ ଭିଆଇପି ଓ ଭିଭିଆଇପି ଲୋକ ପହଞ୍ଚିଥାଆନ୍ତି। ଏହି କ୍ରମରେ ପ୍ରେମାନନ୍ଦ ମହାରାଜଙ୍କ ନିକଟକୁ ଦେଶର ଚର୍ଚ୍ଚିତ ଡବ୍ଲୁଡବ୍ଲୁଇ ରେସଲର ଦଲୀପ ସିଂହ ରାଣା ଓରଫ ଦ ଗ୍ରେଟ ଖଲି ଭେଟିବାକୁ ପହଞ୍ଚିଥିଲେ । ଏହି ସମୟରେ ‌ସେ ମହାରାଜଙ୍କୁ ପ୍ରଶ୍ନ କରିଥିଲେ କି ମହାରାଜ ‘ମୁଁ ଆରମ୍ଭରୁ ସତସଙ୍ଗ ଶୁଣେ କିନ୍ତୁ ଯେତେବେଳେ ସନ୍ଥଙ୍କ କାମ ଦେଖେ ମନ ଭାଙ୍ଗି ଯାଇଥାଏ।
    ଖଲିଙ୍କ ଠାରୁ ଏଭଳି ପ୍ରଶ୍ନ ଶୁଣି ମହାରାଜ କହିଥିଲେ ମୁଁ ଆପଣଙ୍କୁ ଗୋଟିଏ ଅନୁରୋଧ କରି କହିବି,‘ଆପଣ ଯଦି ମିଠା ଭଲ ପାଉଛନ୍ତି । ତେବେ ମିଠା ଖାଆନ୍ତୁ। ମିଠା ବିକ୍ରି କରୁଥିବା ବିକାଳିଙ୍କୁ ପସନ୍ଦ କରିବା ନକରିବାକୁ ନେଇ କୌଣସି ପ୍ରଶ୍ନ ଉଠୁନାହିଁ।

    ତେଣୁ ଯିଏ ସତସଙ୍ଗ କରୁଛନ୍ତି ‌ସେ କ’ଣ କହୁଛନ୍ତି ତାହାକୁ ଶୁଣ। କାରଣ ସେ ଯାହା କହିବେ ସତ କହିବ। ‌ଯେହେତୁ ସେ ସମାଜ ସାମ୍ନାରେ କହୁଛନ୍ତି। ଯଦି ଆପଣ ସତସଙ୍ଗ ଶୁଣୁଛନ୍ତି ତେବେ ଆତ୍ମାକୁ ନିଶ୍ଚୟ ଶାନ୍ତି ମିଳୁଥିବ ଯାହା ଆପଣ ଅନୁଭବ କରିପାରୁଥିବେ। ତେଣୁ ସବୁ‌ବେଳେ ଆତ୍ମାକୁ ଶାନ୍ତି ରଖନ୍ତୁ ଅନ୍ୟ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.5 ° C
    29.5 °
    29.5 °
    67 %
    1.5kmh
    14 %
    Sun
    31 °
    Mon
    31 °
    Tue
    31 °
    Wed
    31 °
    Thu
    27 °

    ସମ୍ବନ୍ଧିତ