Friday, September 25, 2026
24.5 C
Odisha

    ଅଧିକ ସମୟ ବସି କାମ କରିବା ହୋଇପାରେ ବିପଜ୍ଜନକ

    ଆଗକୁ ପଢନ୍ତୁ

    ଆଜିକାଲି ଶାରୀରିକ ପରିଶ୍ରମ ଛାଡି ଆରାମଦାୟକ କାମ ଲୋକମାନେ ଖୋଜୁୁୁଛନ୍ତି। ତେଣ ନିରବଚ୍ଛିନ୍ନ ଭାବେ ୮-୯ ଘଣ୍ଟା କାମ କରିବା ଆମ ଜୀବନର ଏକ ଅଂଶ ହୋଇଯାଇଛି। ଏହି ଅଭ୍ୟାସ ମାନବ ସ୍ୱାସ୍ଥ୍ୟ ପାଇଁ କେତେ ବିପଜ୍ଜନକ ହୋଇପାରେ କେବେ ଭାବିଛନ୍ତି କି?ମାନବର ପୂର୍ବ ଜୀବନଶୈଳୀ ଓ ବର୍ତ୍ତମାନର ଜୀବନଶୈଳୀ ମଧ୍ୟରେ ଅହେତୁକ ପରିବର୍ତ୍ତନ ଘଟିଛି। ପୂର୍ବରୁ ଅଧିକାଂଶ ଲୋକେ ଶାରୀରିକ ପରିଶ୍ରମ କରି ଜୀବନ ବିତାଉଥିଲେ। ଏବେ କିନ୍ତୁ ସମୟ ବଦଳି ଯାଇଛି, ଅଫିସରେ ନିରବଚ୍ଛିନ୍ନ ଭାବେ 8-9 ଘଣ୍ଟା କାମ କରିବା ଆମ ଜୀବନର ଏକ ଅଂଶ ହୋଇଯାଇଛି। ଏହି ଅଭ୍ୟାସ ମାନବ ସ୍ୱାସ୍ଥ୍ୟ ପାଇଁ କେତେ ବିପଜ୍ଜନକ ହୋଇପାରେ କେବେ ଭାବିଛନ୍ତି କି?

    ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହା କାରଣରୁ ଅନେକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ, କଣ ସେହି ସବୁ ସମସ୍ୟା ଜାଣନ୍ତୁ…

    ଅଫିସରେ କ୍ରମାଗତ ଭାବରେ ୮-୯ ଘଣ୍ଟା ବସିବା ଦ୍ୱାରା ବେକ ଏବଂ କାନ୍ଧରେ ଯନ୍ତ୍ରଣା ହୁଏ। ଏସବୁ ବ୍ୟତୀତ ମେଦବହୁଳତା, ମଧୁମେହ ଏବଂ ହୃଦରୋଗ ତଥା କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ ବଢିଥାଏ। ଅଫିସକୁ ଯିବା ମାତ୍ରେ ଚେୟାରରେ ବସି ରହି କାମ କରିବା ଫଳରେ ଶରୀରର କୋଷଗୁଡ଼ିକ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗେ। ଏହା ରୋଗ ପ୍ରତିରୋଧକ ଶକ୍ତି ଉପରେ କୁପ୍ରଭାବ ପକାଇଥାଏ। ତେଣୁ କାର୍ଯ୍ୟ ମଧ୍ୟରେ କିଛି ସମୟ ବିରତି ନିଅନ୍ତୁ, କିମ୍ବା ଶାରୀରିକ ବ୍ୟାୟାମ ଅନୁସରଣ କରନ୍ତୁ। ଘରେ କିମ୍ବା ଅଫିସରେ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା ଫଳରେ ହାଡ଼ ଦୁର୍ବଳ ହୋଇଯାଏ। ଅନେକ ଥର ଅନୁଭବ କରିଥିବେ, ଏହି କାରଣରୁ ଆଣ୍ଠୁ ଏବଂ ଅଣ୍ଟାରେ ଯନ୍ତ୍ରଣା ଆରମ୍ଭ ହୁଏ। ଚେୟାରରେ ଭୁଲ ଶୈଳୀରେ ବସି କାମ କରନ୍ତୁ ନାହିଁ, ନଚେତ୍ ପିଠି ଯନ୍ତ୍ରଣା ହୋଇପାରେ।

    ଲଗାତାର ସମାନ ଅବସ୍ଥାରେ ଗୋଟିଏ ସ୍ଥାନରେ ବସି ରହିବା ଫଳରେ ବିଭିନ୍ନ ସମସ୍ୟା ହେବାର ସମ୍ଭାବନା ଥାଏ। ଘଣ୍ଟା ଘଣ୍ଟା ଧରି ବସିବା କାରଣରୁ କ୍ୟାଲୋରୀ ନଷ୍ଟ ହୋଇନଥାଏ, ଯେଉଁ କାରଣରୁ ଧୀରେ ଧୀରେ ବୃଦ୍ଧିପାଇ ମେଦବହୁଳତା ହୁଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    91 %
    3.1kmh
    100 %
    Fri
    25 °
    Sat
    29 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ