Sunday, September 13, 2026
28.6 C
Odisha

    ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍‌ରେ ଜଟିଳ ଅସ୍ତ୍ରୋପଚାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫୁଲନଖରା ସ୍ଥିତ କ୍ୟାମ୍ପସ୍‌ରେ ଜଟିଳ ଅସ୍ତ୍ରୋପଚାର ଜରିଆରେ ଡାକ୍ତରୀ ଟିମ୍ ଜଣେ ଗର୍ଭବତୀଙ୍କ ପେଟରୁ ଦେଢ଼ କିଲୋ ଓଜନର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି । ଏହି ବିଶାଳ ଟ୍ୟୁମର ବାହାର କରିବା ସହ ସଫଳ ପ୍ରସବ ଦ୍ୱାରା ଉଭୟ ମା ଏବଂ ଶିଶୁ ପୁତ୍ରର ଜୀବନ ରକ୍ଷା ହୋଇପାରିଛି ।
    ଗଙ୍ଗପଡ଼ା ଅଂଚଳର ରୁପାଲୀ ମାର୍ଥା ନାମକ ଜନୈକା ଗର୍ଭବତୀ ତାଙ୍କ ପେଟରେ ଟ୍ୟୁମର ମଧ୍ୟ ରହିଥିବା ଜାଣି ପ୍ରସବ ନିମନ୍ତେ ଆଇଏମ୍‌ଏସ୍ ଫୁଲନଖରା କ୍ୟାମ୍ପସ ସ୍ଥିତ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ ।
    ପ୍ରସୂତୀ ଓ ଶିଶୁର ଜୀବନ ରକ୍ଷା କରିବା ନିମନ୍ତେ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ସର୍ଜନ ଡାକ୍ତର ସ୍ମୃତିଶ୍ରୀ ସାହୁଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯାଇଥିଲା । ଉଭୟ ସିଜରିଆନ୍ ସେକ୍ସନ୍ ଓ ମାୟୋମେକ୍ଟୋମି ଅସ୍ତ୍ରୋପଚାର ଜରିଆରେ ମହିଳାଙ୍କ ଶରୀରରୁ ଫାଇବ୍ରେଡ ୟୁଟ୍ରସ୍‌କୁ ବାହାର କରାଯାଇଥିଲା । ମା ଓ ଶିଶୁର ଜୀବନ ରକ୍ଷା କରିଥିବା ହସ୍ପିଟାଲ୍‌ର ଡାକ୍ତର ଓ ଟିମ୍ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି ମହିଳାଙ୍କ ପରିବାର। ଏହି ସଫଳ ଅସ୍ତ୍ରୋପଚାର ସମ୍ପନ୍ନ କରିବାରେ ଆଇଏମଏସ୍ ଫୁଲନଖରା କ୍ୟାମ୍ପସ୍‌ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ରାଜେଶ ଲେଙ୍କା, ଫାର୍ମାକୋଲୋଜି ବିଭାଗର ଡାକ୍ତର ସିଦ୍ଧାର୍ଥ ଗୌତମ, ଶିଶୁରୋଗ ବିଭାଗର ଡାକ୍ତର ସୌମ୍ୟ ରଞ୍ଜନ ସାମଲ, ଆନେସ୍‌ଥେସିଆ ବିଭାଗର ଡାକ୍ତର ପ୍ରଜ୍ଞା ନନ୍ଦ, ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି କମଳିନୀ ମଲ୍ଲିକ୍‌, ଓଟି ସହାୟିକା ଲିପ୍ସା ରାଣୀ ଓଝା, ପ୍ରିୟଙ୍କା ସ୍ୱାଇଁ ଏବଂ ଫାର୍ମାସିଷ୍ଟ ଶୁଭଙ୍କର ମହାପାତ୍ର ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
    ଗତ ଜାନୁଆରୀ ୨୨ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପରିଚାଳିତ ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଦ୍ୱିତୀୟ କ୍ୟାମ୍ପସ୍ ଫୁଲନଖରା ଠାରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଥିଲା ।
    ଭୁବନେଶ୍ୱର ଓ କଟକ ମଧ୍ୟବର୍ତୀ ଜାତୀୟ ରାଜପଥ – ୧୬ ନିକଟରେ ଆରମ୍ଭ ହୋଇଥିବା ୨୦୦୦ ଶଯ୍ୟା ବିଶିଷ୍ଟ ଏହି ନୂଆ ହସ୍ପିଟାଲରେ ରୋଗୀମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଓ ଅଗ୍ରଣୀ ବୈଷୟିକ ଜ୍ଞାନ କୌଶଳ ସଂପନ୍ନ ବ୍ୟବସ୍ଥା ରହିଛି । ଏଠାରେ ୨୪ ଘଂଟା ଜରୁରୀକାଳୀନ ସେବା ପ୍ରଦାନ କରାଯିବା ସହ ଆଇସିୟୁ, ଆଇସିସିୟୁ, ପିଆଇସିୟୁ, ଏନ୍‌ଆଇସିୟୁ ଏବଂ ସ୍ୱତନ୍ତ୍ର ଭାବେ କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‌) ଓ ହେମାଟୋ ଅଙ୍କୋଲୋଜି ରୋଗୀଙ୍କ ନିମନ୍ତେ ଆଇସିୟୁ ଉପଲବ୍ଧ ଅଛି । ସୁଲଭ ମୂଲ୍ୟରେ ଏଠାରେ ଉତମ ମାନର ସ୍ପେଶିଆଲିଷ୍ଟ୍ ଓ ସୁପର ସ୍ପେଶିଆଲିଷ୍ଟ୍ ଚିକିତ୍ସା ସୁବିଧା ରୋଗୀମାନଙ୍କୁ ପ୍ରଦାନ କରାଯାଉଛି । ଏହି ହସ୍ପିଟାଲରେ ରାଜ୍ୟସରକାରଙ୍କ ଦ୍ୱାରା ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଯୋଜନା ଦ୍ୱାରା ସ୍ୱାସ୍ଥ୍ୟସେବା ମଧ୍ୟ ଉପଲବ୍ଧ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    76 %
    1.1kmh
    71 %
    Sun
    28 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ