Saturday, October 3, 2026
22.1 C
Odisha

    ଆଉ ନାହାନ୍ତି ଚଳଚ୍ଚିତ୍ର ନିର୍ମାତା ଶଫି

    ଆଗକୁ ପଢନ୍ତୁ

    ମୁମ୍ୱାଇ: ମାଲାୟାଲମ ଚଳଚ୍ଚିତ୍ର ନିର୍ମାତା ଶଫି, ଯାହାଙ୍କ ପ୍ରକୃତ ନାମ ରସିଦ ଏମ୍ଏଚ୍ ଥିଲା, ଗତକାଲି ବିଳମ୍ୱିତ ରାତିରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା।ଷ୍ଟ୍ରୋକ୍ ସହ ସଂଘର୍ଷ କରୁଥିବା ଏହି ଚଳଚ୍ଚିତ୍ର ନିର୍ମାତା ଶନିବାର ମଧ୍ୟରାତ୍ରିରେ କୋଚିର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତା ବିଷ୍ଣୁ ଉନ୍ନୀକ୍ରିଷ୍ଣନ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସଫିଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି ।

    ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ, ଜାନୁଆରୀ ୧୬ ତାରିଖରେ ଶଫିଙ୍କୁ ଷ୍ଟ୍ରୋକ୍ ହୋଇଥିଲା, ଯାହା ପରେ ସେ ଚିକିତ୍ସିତ ହେଉଥିଲେ। ୯ ଦିନର ଚିକିତ୍ସା ପରେ ଶଫି ଜାନୁଆରୀ ୨୫ ତାରିଖ ରାତି ୧୨ଟା ୨୫ମିନିଟରେ ଏହି ଦୁନିଆକୁ ବିଦାୟ ଦେଇଥିଲେ।ବିଷ୍ଣୁ ଉନ୍ନୀକ୍ରିଷ୍ଣନ୍ ଶଫିଙ୍କ ମୃତ୍ୟୁ ଖବର ଇନଷ୍ଟାଗ୍ରାମରେ ପୋଷ୍ଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶଫିଙ୍କ ଫଟୋ ସେୟାର କରି ସେ ଲେଖିଛନ୍ତି, ‘ଶଫି ସାର୍ ହସ ଏବଂ ସ୍ମରଣୀୟ କାହାଣୀ ଛାଡ଼ି ଯାଇଛନ୍ତି ଯାହା ସବୁବେଳେ ସ୍ମରଣୀୟ ରହିବ। ଶ୍ରଦ୍ଧାଞ୍ଜଳି।ପାରିବାରିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସଫିଙ୍କ ମୃତଦେହକୁ କୋଚିର ଏଡାପଲ୍ଲୀସ୍ଥିତ ବିଟିଏସ୍ ରୋଡସ୍ଥିତ ତାଙ୍କ ବାସଭବନରେ ରଖାଯାଇଛି।ରବିବାର ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ତାଙ୍କୁ କାଲୁରସ୍ଥିତ କୋଚିନ୍ ସର୍ଭିସ୍ କୋ-ଅପରେଟିଭ୍ ବ୍ୟାଙ୍କ ହଲ୍ରେ ରଖାଯିବ, ଯେଉଁଠାରେ ଲୋକମାନେ ଶେଷ ଦର୍ଶନ କରିପାରିବେ।ରବିବାର ଅପରାହ୍ନ ୪ଟାରେ କାଲୁର ମୁସଲିମ ଜୁମା ମସଜିଦରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.1 ° C
    22.1 °
    22.1 °
    84 %
    1.2kmh
    34 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ