Saturday, May 16, 2026
38.2 C
Odisha

    ଆଜିଠୁ ବାୟୁସେନାର ଦୁଇଦିନିଆ ଯୁଦ୍ଧ ଅଭ୍ୟାସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପାକିସ୍ତାନ ସହିତ ଲାଗି ରହିଥିବା ଯୁଦ୍ଧ ଆଶଙ୍କାକୁ ନେଇ ଭାରତୀୟ ବାୟୁସେନା ଆଜି ଓ ଆସନ୍ତାକାଲି ଦୁଇଦିନ ପାଇଁ ବଡ ଧରଣର ଯୁଦ୍ଧ ଅଭ୍ୟାସ କରିବାକୁ ଯାଉଛି। ଏଥିପାଇଁ ସରକାର ନୋଟିସ୍‌ ଟୁ ଏୟାରମ୍ୟାନ (ନୋଟାମ୍) ଜାରି କରିଛନ୍ତି। ପାକିସ୍ତାନ ସୀମାନ୍ତ ମରୁଭୂମି ଓ ଆଖପାଖ ଅଞ୍ଚଳରେ ଏହି ଯୁଦ୍ଧ ଅଭ୍ୟାସ କରାଯିବ। ଏଥିରେ ବାୟୁସେନାର ରାଫେଲ, ମିରେଜ-୨୦୦୦ ଓ ସୁଖୋଇ -୩୦ ଯୁଦ୍ଧ ବିମାନ ସାମିଲ ହେବ। ଗୁଇନ୍ଦା ବିଶେଷଜ୍ଞ ଡାମିଏନ୍ ସାଇମନ କହିଛନ୍ତି ଯେ ବାୟୁସେନାର ଏହି ଯୁଦ୍ଧ ଅଭ୍ୟାସକୁ ବରିଷ୍ଠ ଅଧିକାରୀମାନେ ଅନୁଧ୍ୟାନ କରିବା ସହିତ ଏହାର ଦୋଷତ୍ରୁଟିକୁ ସୁଧାରିବେ। ନୋଟାମ୍ ଜାରି କରାଯିବା ଅର୍ଥ ଯେଉଁ ଅଞ୍ଚଳରେ ଯୁଦ୍ଧ ଅଭ୍ୟାସ କରାଯିବ ସେଠାରେ ବାୟୁସୀମାର ବ୍ୟବହାରକୁ ସୀମିତ କରାଯିବ। ଗତ ଏପ୍ରିଲ ୨୫ରେ ବାୟୁସେନା ଆକ୍ରମଣ ନାମରେ ଏହାର ଯୁଦ୍ଧ ଅଭ୍ୟାସ କରିଥିଲା। ଏଥିରେ ରାଫେଲ ସମେତ ଅନ୍ୟ ଲଢୁଆ ବିମାନଗୁଡିକ ସାମିଲ ହୋଇଥିଲା। ସେହିପରି ନୌସେନା ଏହାର ଯୁଦ୍ଧ ପ୍ରସ୍ତୁତି ଅଭ୍ୟାସ କରିଥିଲା। ସେହିପରି ମେ ୨ରେ ବାୟୁସେନାର ଯୁଦ୍ଧବିମାନ ଉତ୍ତରପ୍ରଦେଶ ଶାହାଜାହାନପୁରର ଗଙ୍ଗା ଏକ୍ସପ୍ରେସ୍‌ ୱେରେ ଅବତରଣ ଅଭ୍ୟାସ କରିଥିଲା। ସେନାର ଏପରି ଯୁଦ୍ଧ ଅଭ୍ୟାସ ସହିତ ସାଧାରଣ ନାଗରିକଙ୍କୁ ଯୁଦ୍ଧ ଜନିତ ଆସନ୍ନ ବିପଦରୁ ସୁରକ୍ଷିତ ରଖିବା ଲାଗି ଆଜି ଦେଶର ୨୫୯ଟି ସ୍ଥାନରେ ଆବଶ୍ୟକ ମକ୍ ଡ୍ରିଲ୍ କରାଯିବ। ଏହି ମକ୍‌ ଡ୍ରିଲ୍‌ରେ ଲୋକଙ୍କୁ ଯୁଦ୍ଧ ସମୟରେ ସମ୍ମୁଖୀନ ହେବାକୁ ଥିବା ବିପଦକୁ ମୁକାବିଲା ଲାଗି ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦିଆଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.2 ° C
    38.2 °
    38.2 °
    30 %
    1.5kmh
    64 %
    Sat
    41 °
    Sun
    42 °
    Mon
    45 °
    Tue
    47 °
    Wed
    45 °

    ସମ୍ବନ୍ଧିତ