Sunday, September 13, 2026
28.6 C
Odisha

    ଆଜିର ରାଶିଫଳ

    ଆଗକୁ ପଢନ୍ତୁ

    ମେଷ: ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ବେପାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବୈବାହିକ ଜୀବନ ସୁଖକର ହେବ। କ୍ୟାରିୟର ବିଷୟରେ ସଫଳତା ପାଇବେ। ‌

    ବୃଷ: ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ ରଣନୀତି ବନାଇବେ। କୌଣସି ଭଲ ଖବର ପାଇବେ। ଅତିରିକ୍ତ ଖର୍ଚ୍ଚ କରନ୍ତୁ ନାହିଁ। ପ୍ରେମ ସମ୍ବନ୍ଧରେ ମିଷ୍ଟତା ବଢ଼ିବ। ‌

    ମିଥୁନ: ପାରିବାରିକ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ଆପଣଙ୍କ ବ୍ୟବସାୟିକ ଇଚ୍ଛା ପୂରା ହେବ। ପ୍ରିୟଜନ ସହିତ ଆପୋସୀ ବୁଝାମଣା ଭଲ ହେବ। ଦୂରସଂଚାର କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ।

    କର୍କଟ: ଜୀବନଶୈଳୀ ପରିବର୍ତ୍ତନ କରିବେ। ନବ ବିବାହିତ ଦମ୍ପତ୍ତି ବାହାରକୁ ବୁଲି ଯିବାର ଯୋଜନା କରିବେ। କିଛି ବିଶେଷ କାମକୁ ଭଲଭାବେ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ବାଲ୍ୟବନ୍ଧୁ ସହିତ ସାକ୍ଷାତ ହେବ।

    ସିଂହ: ପରିବାରରେ କିଛି ପରିବର୍ତ୍ତନ ଦେଖିବାକୁ ପାଇବେ। କୌଣସି ବ୍ୟବସାୟିକ ନିର୍ଣ୍ଣୟ ନେବା ସମୟରେ ସତର୍କ ରହନ୍ତୁ। ଦାମ୍ପତ୍ୟ ଜୀବନ ସକାରାତ୍ମକ ରହିବ। ପ୍ରତିଟି କାମ ନିଜେ କରିବାକୁ ପ୍ରୟାସ କରନ୍ତୁ।‌

    କନ୍ୟା: ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ଚାକିରି ଖୋଜୁଥିବା ଲୋକଙ୍କ ଲାଗି ଭଲ ଦିନଟିଏ। କିଛି ଲୋକ ଆପଣଙ୍କ ଲାଗି ସମସ୍ୟା ଛିଡ଼ା କରାଇବେ। ପାରିବାରିକ ଆବଶ୍ୟକତାକୁ ଧ୍ୟାନ ରଖିବେ।

    ତୁଳା: ବୈବାହିକ ଜୀବନ ସୁଖମୟ ରହିବ। ଭଲ ଜାଗାକୁ ବୁଲି ଯିବେ। ବ୍ୟବସାୟ ବିସ୍ତାରରେ ସଫଳତା ପାଇବେ। ପିଲାଙ୍କ ପ୍ରୋଜେକ୍ଟରେ ଯଥେଷ୍ଟ ଖର୍ଚ୍ଚ କରିବେ। ଅଫିସରେ ଆପଣଙ୍କ କାମରେ ବରିଷ୍ଠ ଖୁସି ରହିବେ।

    ବିଛା: ଆପଣଙ୍କ ପରିଶ୍ରମରେ ଆୟ ବୃଦ୍ଧି ହେବ। ଆପଣଙ୍କୁ ପରିବାରର ସହଯୋଗ ମିଳିବ। ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ। ଭଲ ସ୍ବାସ୍ଥ୍ୟ ପାଇଁ ନିଜର ଜୀବନଶୈଳୀ ବଦଳାନ୍ତୁ।

    ଧନୁ: ଦିନଟି ଆଶାରେ ଭରା ରହିବ। ଜୀବନରେ ପ୍ରସନ୍ନତା ବଜାୟ ରହିବ। ଅଫିସରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ଜୀବନସାଥୀ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଓକିଲଙ୍କ ଲାଗି ଭଲ ଦିନଟିଏ।

    ମକର: ଆପଣ ଆଶାବାଦୀ ରହିବେ। ଠିକ୍ ଜାଗାରେ ନିବେଶ କରନ୍ତୁ ଲାଭ ପାଇବେ। ଚାକିରି ଖୋଜୁଥିବା ଲୋକଙ୍କୁ ସଫଳତା ମିଳିବ। ବେପାରରେ ଲାଭ ପାଇବେ। ରାଜନୀତିକ ‌ନେତା କୌଣସି ସମାରୋହକୁ ଯାଇପାରନ୍ତି।

    କୁମ୍ଭ: ଆତ୍ମବିଶ୍ବାସ ଉଚ୍ଚା ରହିବ। ଆପଣ କିଛି ନୂଆ ଶିଖିବାକୁ ପ୍ରୟାସ କରିବେ। ସାମାଜିକ ପରିସର ବୃଦ୍ଧି ହେବ। ନିଜର କାମ ପୂରା କରିବାରେ ମନ ଲଗାଇବେ। ଦାମ୍ପତ୍ୟ ଜୀବନ ବଢ଼ିଆ ରହିବ।

    ମୀନ: ପରିବାରରେ ଖୁସି ବଜାୟ ରଖିବା ପାଇଁ ଆପଣଙ୍କୁ ସମୟ ଦେବାକୁ ହେବ। ଆପଣଙ୍କ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇପାରେ। ନୂଆ ଚାକିରିର ଆଶା ବଢ଼ିବ। ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    76 %
    1.1kmh
    71 %
    Sun
    28 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ