Tuesday, June 17, 2025
24.7 C
Odisha

    ଆଜି ପବିତ୍ର ଇଦ୍ ଉଲ ଫିତର

    ଆଗକୁ ପଢନ୍ତୁ

    ଆଜି ପବିତ୍ର ଇଦ୍ ଉଲ ଫିତର। ସାରା ଭାରତରେ ଆଜି ଇଦ୍ ଉତ୍ସବ ପାଳନ ହେଉଛି। ରମଜାନ ମାସ ପୂରଣ ହେବା ପରେ ଆଜି ଇଦ ପାଳନ କରୁଛନ୍ତି ଇସଲାମ ଭାଇଭଉଣୀ। ମସଜିଦରେ ଇସଲାମ ଧର୍ମାବଲମ୍ବୀଙ୍କ ଗହଳି ଲାଗିଛି। ସମୂହ ନମାଜ ପାଠ କରୁଛନ୍ତି ମୁସଲମାନ ଭାଇଭଉଣୀ। ମାସେ ଧରି ରମଜାନ ପାଳନ ପରେ ତ୍ୟାଗର ଏହି ପର୍ବ ପାଳନ କରୁଛନ୍ତି ଇସଲାମ ଧର୍ମାବଲମ୍ବୀ। ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଉଛନ୍ତି। ଓଡ଼ିଶାରେ ମଧ୍ୟ ବିଭିନ୍ନ ମସଜିଦରେ ଇଦ୍ ପାଳନ କରାଯାଉଛି। ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ସହ ଇଦ୍ ପାଳନ କରୁଛନ୍ତି ମୁସଲମାନ ସମ୍ପ୍ରଦାୟ। ମୁସଲମାନ ଭାଇଭଉଣୀମାନେ ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ ର ଶୁଭେଚ୍ଛା ଜଣାଇଛନ୍ତି ।

    ରାଜଧାନୀ ଭୁବନେଶ୍ଵର ଓ ଭାଇଚାରାର ସହର କଟକରେ ବିଭିନ୍ନ ସମ୍ପ୍ରଦାୟର ଲୋକ ମିଳିତ ଭାବରେ ଇଦ୍ ଶୁଭେଚ୍ଛା ଜଣାଉଛନ୍ତି। ସହରର ଦରଘାରେ ନମାଜ ପାଠ ସହ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଉଛନ୍ତି। ବଳିଦାନର ଏହି ପର୍ବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ କମିଶନରେଟ ପୋଲିସ ଓ ସିଏମସି, ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    91 %
    1.6kmh
    100 %
    Mon
    25 °
    Tue
    26 °
    Wed
    27 °
    Thu
    28 °
    Fri
    29 °

    ସମ୍ବନ୍ଧିତ