Sunday, April 19, 2026
30.4 C
Odisha

    ଆଜି ମାନ୍ଦା ହେଲା ସେୟାର୍‌ ବଜାର; ନିରାଶ ହେଲେ ନିବେଶକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଗତ କିଛି ଦିନ ହେବ ଭାରତୀୟ ସେୟାର୍‌ ବଜାରରେ ଉତ୍ସାହ ଦେଖା ଦେଇଥିବା ବେଳେ ଆଜି ପୁଣି ନିରାଶ ହୋଇଛନ୍ତି ନିବେଶକ। ସପ୍ତାହର ଚତୁର୍ଥ କାର୍ଯ୍ୟ ଦିନ ଗୁରୁବାର ଷ୍ଟକ୍ ବଜାରରେ କାରବାର ହ୍ରାସ ସହିତ ଆରମ୍ଭ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୩୦ଟି ସେୟାର୍‌ଯୁକ୍ତ ସେ୍‌ସେକ୍ସ (ବିଏସ୍‌ଇ ସେନ୍‌ସେକ୍ସ) ଖୋଲିବାର କିଛି ହିଁ ସମୟରେ ୮୧ ହଜର ତଳକୁ ଖସିଛି। ସେହିପରି ନେସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ (ଏନ୍‌ଏସ୍‌ଇ ନିଫ୍‌ଟି) ବି ରେଡ୍‌ ଜୋନ୍‌କୁ ଯାଇଥିବାର ଦେଖିବାକୁ ମିଳିଛି। କାର୍ଯ୍ୟ ଦିନ ଆରମ୍ଭରୁ ହିଁ ମୁଥ୍‌ହୁଟ୍‌ ଫାଇନାନ୍ସ ସେୟାର୍‌ରୁ ନେଇ ଭାରତୀ ହେକ୍ସାକମ୍‌ ସେୟାର୍‌ ସବୁଠାରୁ ଅଧିକ ତଳକୁ ଖସିଥିବାର ନଜର ଆସିଛି। ମୋଟାମୋଟି ଭାବେ ବିଶ୍ବସ୍ତରରେ ବଜାର ନିମ୍ନକୁ ଯାଇ ଖୋଲିଛି।

    ସୂଚନାଯୋଗ୍ୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ ଗତ କିଛି ଦିନ ହେବ ଭାରତୀୟ ଷ୍ଟକ୍ ବଜାରରେ ଏକ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଥିଲା। ଗତକିଛି ମାସ ହେବ ସେୟାର ବଜାର ତଳମୁହାଁ ରହି ଆସୁଥିବା ବେଳେ ନିକଟରେ ଭାରତ-ପାକ୍‌ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା ହେବା ପରେ ଏହି ଟ୍ରେଣ୍ଡ୍‌ ବଦଳୁଥିବା ନଜର ଆସିଥିଲା। ଗତ କିଛି ଦିନ ଲଗାତର ଭାବେ ଉପରମୁହାଁ (ଗ୍ରୀନ୍‌ ଜୋନ୍‌)ରେ ବଜାର ରହିଥିବା ବେଳେ ଆଜି ପୁଣି ଟ୍ରେଣ୍ଡ୍‌ ବଦଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.4 ° C
    30.4 °
    30.4 °
    46 %
    2.5kmh
    38 %
    Sun
    31 °
    Mon
    43 °
    Tue
    43 °
    Wed
    43 °
    Thu
    44 °

    ସମ୍ବନ୍ଧିତ