Friday, September 25, 2026
24.2 C
Odisha

    ଆଠଗଡ଼ ପିକଅପ୍ ଭ୍ୟାନ୍ ଓଲଟି ଘଟଣା: ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବାଙ୍କି ମାଳବିହାରାପୁରର ପିକଅପ୍ ଭ୍ୟାନ୍ ଓଲଟିବା ଘଟଣାରେ ମୃତ ଛାତ୍ରଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସେ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।ଚିକିତ୍ସିତ ହେଉଥିବା ଆହତ ଛାତ୍ରଛାତ୍ରୀମାନଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

    ଆହତ ଓ ଗୁରୁତର ଆହତମାନଙ୍କୁ ଚିକିତ୍ସା ଲାଗି ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ (ଏସସିବି ଏମସିଏଚ)ରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ରବିବାର ଦିନ ୨୫ ଛାତ୍ରଛାତ୍ରୀଙ୍କୁ ନେଇ ଏକ ପିକଅପ୍ ଭ୍ୟାନ୍ ପରେଡ ପଡିଆକୁ ଯାଉଥିବା ବେଳେ ଗାଡିଟି ରାସ୍ତା କଡ଼କୁ ଓଲଟି ପଡିଥିଲା। ରିପୋର୍ଟରେ କୁହାଯାଇଛି ଯେ, ଗାଡିର ଆଗ ଚକ ଖୋଲି ଯାଇଥିବାରୁ ଏହି ଅଘଟଣ ଘଟିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.2 ° C
    24.2 °
    24.2 °
    96 %
    5.3kmh
    100 %
    Thu
    24 °
    Fri
    28 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ