Friday, May 1, 2026
24.6 C
Odisha

    ଆଫ୍ରିକୀୟ ଦେଶ ନାଇଜେରିଆ କାହିଁକି ଭାରତ ପାଇଁ ଏତେ ସ୍ୱତନ୍ତ୍ର

    ଆଗକୁ ପଢନ୍ତୁ

    ଦୀର୍ଘ ୧୭ ବର୍ଷ ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ପଶ୍ଚିମ ଆଫ୍ରିକୀୟ ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ନାଇଜେରିଆ ଗସ୍ତ କରିଛନ୍ତି। ତାଙ୍କର ଏହି ଗସ୍ତକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଧରା ଯାଉଛି। ଦୁଇ ଦେଶ ମଧ୍ୟରେ ବ୍ୟବସାୟ ବୃଦ୍ଧି ଏହାର ଉଦ୍ଦେଶ୍ୟ ବୋଲି କୁହାଯାଉଛି। କାରଣ କିଛି ବର୍ଷ ହେଲା ଭାରତ ଏବଂ ନାଇଜେରିଆ ମଧ୍ୟରେ ବ୍ୟବସାୟ ହ୍ରାସ ପାଇଚାଲିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଦୁଇ ଦେଶ ମଧ୍ୟରେ ୧୨ ବିଲିୟନ ଡଲାରର ବାଣିଜ୍ୟ କାରବାର ହୋଇଥିଲା। ମାତ୍ର ୨୦୨୨-୨୩କୁ ଏହା ୮ ବିଲିୟନ ଡଲାରକୁ ଖସି ଆସିଥିଲା। ଭାରତର ୧୩୫ କମ୍ପାନୀ ଏହି ଦେଶରେ ୨୭ ବିଲିୟନ ଡଲାରର ନିବେଶ କରିଛନ୍ତି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ଅଧିକ ଗୁରୁତ୍ବ ବହନ କରୁଛି। ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ନାଇଜେରିଆରେ ଭାରତୀୟ କମ୍ପାନୀଙ୍କ ଲାଗି ଖଣି, ଇନ୍‌ଫ୍ରା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ନିବେଶର ମାର୍ଗ ଖୋଲିବାକୁ ପ୍ରୟାସ କରିବେ। ଏହା ପୂର୍ବରୁ ଶେଷ ଥର ପାଇଁ ୨୦୦୭ ଅକ୍ଟୋବରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନାଇଜେରିଆ ଗସ୍ତରେ ଯାଇଥିଲେ। ବାଣିଜ୍ୟ ଦୃଷ୍ଟିରୁ ଏହି ଦେଶ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.6 ° C
    24.6 °
    24.6 °
    70 %
    0.9kmh
    43 %
    Fri
    38 °
    Sat
    41 °
    Sun
    42 °
    Mon
    39 °
    Tue
    35 °

    ସମ୍ବନ୍ଧିତ