Thursday, September 17, 2026
24.1 C
Odisha

    ଆମ୍ୱ ଟାକୁଆ ଯାଉ ଖାଇ ୨ ମୃତ୍ୟୁ ଘଟଣା: ଡବଲ ଇଞ୍ଜିନ ସରକାର କେବଳ ପ୍ରଚାର ପ୍ରସାରରେ ରହି ଯାଇଛି- ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଖାଦ୍ୟାଭାବରୁ ଭୋକ ବିକଳରେ ଆମ୍ବ ଟାକୁଆ(କୋଇଲି)ର ଯାଉ ଖାଇ ୨ଟି ପରିବାରର ୨ଜଣଙ୍କ ଅକାଳରେ ମୃତ୍ୟୁ ଘଟିଥିବାବେଳେ ଆଉ ୬ଜଣ ମରଣ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣକୁ ନେଇ ଆଜି ବିଜେପି ସରକାର ଉପରେ ବର୍ଷିଛି ବିଜେଡ଼ି। ଆଜି ରାଜ୍ୟର ଏହି ଗୁରୁତର ଓ ସମ୍ବେଦନଶୀଳ ଘଟଣା ଗଣମାଧ୍ୟମରେ ବାହାରିଛି। ଦାରିଙ୍ଗବାଡିର ୬ ପରିବାରର ଆଠ ଜଣ ଆମ୍ବ ଟାକୁଆ ଖାଇ ଗୁରୁତର ହୋଇଥିଲେ। ସେ ଭିତରୁ ଦୁଇ ଜଣ ମୃତ୍ୟୁବାରଣ କରିଛନ୍ତି। ଏହାକୁ ଗୁରୁତର ସହ ନେବା ବଦଳରେ ମନ୍ତ୍ରୀ କହୁଛନ୍ତି ଆମ୍ବ ଟାକୁଆ ଅଞ୍ଚଳର ନିୟମିତ ଖାଦ୍ୟ। ନୂଆ ସରକାର ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛନ୍ତି।
    ୨୦୧୪ ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରାଗଲା । କେହି ଯେମିତି ଅନାହାରରେ ମାରିବେ ନାହିଁ। ଅନେକ ଲୋକ ଏଥିରୁ ବଞ୍ଚିତ ହେବାରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସୁରକ୍ଷା ଆଇନ ଆରମ୍ଭ କଲେ। ଯେଉଁମାନେ ଜାତୀୟ ଖାଦ୍ୟ ସୁରକ୍ଷାରେ ସାମିଲ ହୋଇ ନ ଥିଲେ, ସେମାନଙ୍କୁ ଏଥିରେ ସାମିଲ କରାଗଲା। ୨୫ ଲକ୍ଷ ସାମିଲ ହେଲେ। ଡବଲ ଇଞ୍ଜିନ ସରକାର କେବଳ ପ୍ରଚାର ପ୍ରସାରରେ ରହି ଯାଇଛି। ଏହା ସ୍ପଷ୍ଟ ହୋଇଛି ଯେ ଆଦିବାସୀ ପରିବାର ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାହା ବଣ୍ଟନ ବ୍ୟବସ୍ଥାର ବିପର୍ଯ୍ୟସ୍ତ ଅବସ୍ଥା ଦେଖାଉଛି। ଜିଲ୍ଲାପାଳ କହିଲେ, ସେମାନେ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ଅଛନ୍ତି। ହେଲେ ଗତ ଚାରି ମାସରୁ ସେମାନେ ରାସନ ପାଇ ନାହାନ୍ତି। ଏଠି ଉପ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ବିବୃତି ଦେଉଛନ୍ତି ତଦନ୍ତ କରାଯିବ ଓ ପଦକ୍ଷେପ ନିଆଯିବ। ଏଭଳି ଘଟଣାର ପୁନରାବୃତି ନ ଘଟିବା ପାଇଁ ଦାବି କରିଛ ବିଜେଡ଼ି। ଏହା ଓଡ଼ିଶା ପାଇଁ ଲଜ୍ଜା ଓ ନୂଆ ସରକାର ପାଇଁ ଆହ୍ୱାନ। କେବଳ ପ୍ରଚାରରେ ନ ମାତି ବଣ୍ଟନ ବ୍ୟବସ୍ଥା ଉପରେ ତୀକ୍ଷ୍ଣ ଦୃଷ୍ଟି ଦେବା ଉଚିତ ବୋଲି ବିଜେଡ଼ି କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.1 ° C
    24.1 °
    24.1 °
    87 %
    1.1kmh
    37 %
    Thu
    32 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ