Saturday, March 14, 2026
28.9 C
Odisha

    ଆସନ୍ତୁ ଜାଣିବା କଦଳୀ ପତ୍ରରେ ଭୋଜନ କରିବା ଦ୍ଵାରା କେଉଁ ଲାଭ ହୋଇଥାଏ

    ଆଗକୁ ପଢନ୍ତୁ

    ହିନ୍ଦୁ ଧର୍ମରେ କଦଳୀ ଗଛର ଅନେକ ମହତ୍ୱ ରହିଛି। ହିନ୍ଦୁ ଧର୍ମରେ ଅନେକ ସମ୍ପ୍ରଦାୟରେ କଦଳୀ ଗଛକୁ ପୂଜନ କରାଯାଇଥାଏ ଏବଂ ଏହା ଗୋଟିଏ ଶୁଭ ଗଛ ଭାବରେ ଗ୍ରହଣ କରାଯାଏ। କିନ୍ତୁ କଦଳୀ ଗଛ କେବଳ ଧାର୍ମିକ ଦୃଷ୍ଟିରୁ ନୁହେଁ ବୈଜ୍ଞାନିକ ଦୃଷ୍ଟିରୁ ମଧ୍ୟ ପୂଜ୍ୟ ଅଟେ।
    ବିଶେଷ ଭାବରେ ଦକ୍ଷିଣ ଭାରତରେ ପ୍ରତିଦିନ କଦଳୀ ପତ୍ରରେ ଭୋଜନ ଗ୍ରହଣ କରାଯାଏ ଏବଂ ଭାରତର ସମସ୍ତ ମନ୍ଦିରରେ ମଧ୍ୟ କଦଳୀ ପତ୍ରରେ ଭୋଜନ ଗ୍ରହଣ କରିବାର ବିଧାନ ରହିଛି।ଗବେଷଣା କହୁଛି ଯେ ନିୟମିତ କଦଳୀ ପତ୍ରରେ ଭୋଜନ କରିବା ଦ୍ୱାରା ଶରୀରକୁ ମିଳିଥାଏ ଚମତ୍କାର ଲାଭ।କଦଳୀ ପତ୍ରରେ ଭୋଜନ କରିବାର ଲାଭ ଗୁଡିକ ହେଲା –

    ନିୟୁଟ୍ରିସନଲ ଭ୍ୟାଲିଉ ବୃଦ୍ଧି ହୁଏ –
    କଦଳୀ ପତ୍ରରେ ଆବଶ୍ୟକୀୟ ପୋଷାକ ତତ୍ୱ ଭରପୁର ମାତ୍ରାରେ ରହିଥାଏ, ଯେପରିକି ପୋଲିଫେନଲସ, ଭିଟାମିନ ଏ, ଭିଟାମିନ ସି। ଯେତେବେଳେ କଦଳୀ ପତ୍ରରେ ଆମେ ଭୋଜନ କରିଥାଉ ଏହିସବୁ ପୋଷାକ ତତ୍ୱ ଖାଦ୍ୟକୁ ମଧ୍ୟ ଅବଶୋସିତ କରିଥାଏ, ଯେଉଁ କାରଣରୁ ଖାଦ୍ୟର ମାନ ବୃଦ୍ଧି ହୋଇଯାଏ।

    ସ୍ୱାଦର ବୃଦ୍ଧି –
    କଦଳୀ ପତ୍ରରେ ଭୋଜନ କରିବା ଦ୍ୱାରା ଖାଦ୍ୟର ସ୍ୱାଦ ବଢି ଯାଇଥାଏ
    ।ଏଥିରେ ଯେଉଁ ଗରମ ଖାଦ୍ୟ ପରସା ଯାଇଥାଏ ତାହା ଖାଦ୍ୟରେ ସୁଗନ୍ଧ ଭରିଦେଇଥାଏ।

    ଖାଦ୍ୟ ହଜମ କରିଥାଏ –
    କଦଳୀ ପତ୍ରରେ ଭୋଜନ କରିବା ଦ୍ୱାରା ଖାଦ୍ୟ ହଜମ ହେବାରେ ସାହାଯ୍ୟ କରିଥାଏ। କଦଳୀ ପତ୍ରରେ ରହିଥିବା ପୋଲିଫେନଲସ ପାଚକ ଏଞ୍ଜାଇମର ଉତ୍ପାଦନକୁ ବୃଦ୍ଧି କରିଥାଏ। ଯେଉଁ କାରଣରୁ ପୋଷାକ ତତ୍ୱ ଅବସୋସଣରେ ସାହାଯ୍ୟ ମିଳିଥାଏ।
    ପ୍ରାକୃତିକ କୀଟାଣୁ ନାଶ କରେ – କଦଳୀ ପତ୍ରରେ ପ୍ରାକୃତିକ ରୋଗ ରୂଣଧୀ ଗୁଣ ରହିଥାଏ l ଯାହାକି ଭୋଜନ ରେ ରହିଥିବା ହାନି କାରକ ବ୍ୟାକ୍ଟେରିଆ କୁ ମାରିବାରେ ସାହାଯ୍ୟ କରିଥାଏ l ଏହି କାରଣରୁ କଦଳୀ ପତ୍ରରେ ଖାଦ୍ୟ ଖାଇବା ଦ୍ୱାରା ହାନିକାରକ କୀଟାଣୁ ହ୍ରାସ ହୋଇଥାଏ l

    ଇକୋ ଫ୍ରେଣ୍ଡଲି –
    କଦଳୀ ପତ୍ରରେ ଭୋଜି ଭତରେ ଖାଦ୍ୟ ଖାଇବା ଦ୍ୱାରା ପର୍ଯାବରଣ ଅନୁକୂଳ ଅଟେ, କାହିଁକି ପ୍ଲାଷ୍ଟିକ ଓ ଫାଓମ ପ୍ଲେଟ ରେ ଭୋଜନ କରିବା ଦ୍ୱାରା ଏହା ଡି -କମ୍ପୋଷ୍ଟ ହୋଇନଥାଏ l କିନ୍ତୁ କଦଳୀ ପତ୍ର ଖୁବ ସହଜ ରେ ହୋଇଯାଏ l

    ସାତ୍ଵିକ ବିଚାର –
    କଦଳୀ ପତ୍ର ଯେହେତୁ ଗୋଟିଏ ପବିତ୍ର ବସ୍ତୁ ଅଟେ, ସେଥିପାଇଁ ଏଥିରେ ଭୋଜନ କରିବା ଦ୍ୱାରା ମନର ଚେତନା ସାତ୍ଵିକ ରହିଥାଏ ଏବଂ ମନ ମଧ୍ୟ ଶାନ୍ତ ରୁହେ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    23 %
    2.9kmh
    0 %
    Sat
    31 °
    Sun
    38 °
    Mon
    37 °
    Tue
    38 °
    Wed
    38 °

    ସମ୍ବନ୍ଧିତ