Sunday, March 15, 2026
23.5 C
Odisha

    ଆସନ୍ତୁ ଜାଣିବା ଶୀତ ଋତୁରେ ଜୁଆଣିର ଉପକାରିତା

    ଆଗକୁ ପଢନ୍ତୁ

    ଶୀତଋତୁ ଆରମ୍ଭ ହେବା ମାତ୍ରକେ ଗଳା କାଟିବା, ସର୍ଦି, କାଶ, ଭାଇରଲ ଇନଫେକ୍ସନ ଭଳି ସମସ୍ୟା ସାଧାରଣ ଅଟେ। ଏହା ତାପମାତ୍ରା ହ୍ରାସ କାରଣରୁ ଇମ୍ୟୁନିଟି ଦୁର୍ବଳ ହୋଇ ହୋଇଥାଏ, ତେଣୁ ଏପରି ସମସ୍ୟା ଦେଖାଦିଏ।ଏପରି ସ୍ଥିତିରେ ଭାରତୀୟ ରୋଷେଇ ଘରର ସାମାନ୍ୟ ମସଲା ଜୁଆଣି ରାମବାଣ ଭଳି କାମ କରିଥାଏ।

    ଜୁଆଣିର ସ୍ୱଭାବ ଗରମ ଅଟେ, ଯାହାକି ସର୍ଦି-କାଶ ଭଳି ସମସ୍ୟାରୁ ଆମକୁ ଆରମ୍ ଦେଇଥାଏ। ଜୁଆଣିର ଉପଯୋଗ କେବଳ ଶାରୀରିକ ସମସ୍ୟାକୁ ଦୂର କରି ନଥାଏ ବରଂ ଏହା ପାଚନ , ଓଜନ ହ୍ରାସ, ଇମ୍ୟୁନିଟି ବୁଷ୍ଟ କରିବାରେ ସାହାଯ୍ୟ କରିଥାଏ।

    ଶୀତଋତୁରେ ଜୁଆଣି –ଗଳା କିଚ କିଚ ହେଉ କି ଫୁଲି ଥାଉ ସାମାନ୍ୟ ଜୁଆଣିକୁ ନେଇ ଉଷୁମ ପାଣିରେ ଖାଇବା ଦ୍ୱାରା ଆରାମ ମିଳିଥାଏ। ଜୁଆଣି ସେବନ ଦ୍ୱାରା ଶରୀର ଗରମ ରହିଥାଏ। ଶୀତଋତୁରେ ବିଭିନ୍ନ ଥଣ୍ଡା ଜନିତ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ।

    ପାଚନରେ ସୁଧାର –
    ଶୀତଋତୁରେ ପାଚନ କ୍ରିୟା ଖୁବ ଧୀର ହୋଇଯାଏ ଯାହାଦ୍ୱାରା ଗ୍ୟାସ, ଏସିଡ଼ିଟି, ସହିତ ଅନେକ ଯନ୍ତ୍ରଣା ଦେଖାଦେଇଥାଏ। ଏହା ପେଟର ଅମ୍ଳକୁ ହ୍ରାସ କରିଥାଏ ଏବଂ ଏସିଡ଼ିଟି ସମସ୍ୟାରୁ ମଧ୍ୟ ଆରାମ ଦେଇଥାଏ।

    ଓଜନ ହ୍ରାସ –
    ଓଜନ ହ୍ରାସ ପାଇଁ ଜୁଆଣି ଖୁବ ହିତକର। ଏହା ଶରୀରର ମେଟାବୋଲିଯିମକୁ ବୃଦ୍ଧି କରିଥାଏ। ଯାହାଦ୍ୱାରା ଶରୀରର ଫ୍ୟାଟ ବର୍ନ ହୋଇଥାଏ। ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ନିୟମିତ ସକାଳୁ ଉଷୁମ ପାଣିରେ ସାମାନ୍ୟ ଜୁଆଣି ସେବନ କରନ୍ତୁ।

    ଇମ୍ୟୁନିଟି ମଜବୁତ କରେ –
    ଶୀତଋତୁରେ ବିଭିନ୍ନ ସଂକ୍ରମଣ ଦେଖିବାକୁ ମିଳିଥାଏ, କିନ୍ତୁ ଜୁଆଣି ଇମ୍ୟୁନିଟି ବୃଦ୍ଧି କରିବାରେ ଖୁବ ପ୍ରଭାବଶାଳୀ, ଏହାକୁ ସେବନ କରିବା ଦ୍ୱାରା ପ୍ରାକୃତିକ ଭାବରେ ଇମ୍ୟୁନିଟି ବୃଦ୍ଧି ହୋଇଥାଏ। ଜୁଆଣି ନିୟମିତ ସେବନ ଦ୍ୱାରା ଶୀତଋତୁରେ ହେଉଥିବା ସଂକ୍ରମଣରୁ ରକ୍ଷା ମିଳିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.5 ° C
    23.5 °
    23.5 °
    60 %
    2.4kmh
    0 %
    Sat
    23 °
    Sun
    38 °
    Mon
    37 °
    Tue
    38 °
    Wed
    37 °

    ସମ୍ବନ୍ଧିତ