Friday, May 1, 2026
24.6 C
Odisha

    ଇରାନ ସହ ହାତ ମିଳାଇଲା ତାଲିବାନ

    ଆଗକୁ ପଢନ୍ତୁ

    କାବୁଲ: ଆଫଗାନିସ୍ତାନ ଓ ଇରାନ ମଧ୍ୟରେ ଚାଲିଥିବା ଆଲୋଚନା ଉପରେ ଏବେ ବିଶ୍ବର ସତର୍କ ନଜର ରହିଛି। ସୀମା ଉତ୍ତେଜନା, ଇରାନରେ ଆଫଗାନିସ୍ତାନ ଶରଣାର୍ଥୀଙ୍କ ପ୍ରତି ବ୍ୟବହାର ଏବଂ ଜଳ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ତାଲିବାନର ବରିଷ୍ଠ ଅଧିକାରୀମାନେ ରବିବାର ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କୁ ଭେଟିଛନ୍ତି। ୨୦୨୧ରେ ତାଲିବାନ କ୍ଷମତାକୁ ଆସିବା ପରେ ଇରାନର ବୈଦେଶିକ ମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଗସ୍ତ। ୩.୫ ନିୟୁତ ଇରାନୀ ଶରଣାର୍ଥୀଙ୍କୁ ଫେରାଇ ଆଣିବା ପାଇଁ ଇରାନ ନିଜର ପ୍ରତିବଦ୍ଧତା ଦୋହରାଇଛି।ଆଫଗାନିସ୍ତାନ ସରକାରଙ୍କ ଉପମୁଖପାତ୍ର ହମଦୁଲ୍ଲା ଫିତରତଙ୍କ କହିବା ଅନୁସାରେ, ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାକୁ ଇରାନର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ଆରାଘଚି ସ୍ପଷ୍ଟ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଜଳ ସମ୍ପଦର ମିଳିତ ବ୍ୟବହାରକୁ ନିୟନ୍ତ୍ରଣ କରୁଥିବା ହେଲମନ୍ଦ ନଦୀ ଜଳ ଚୁକ୍ତିକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାକୁ ଇରାନର ବୈଦେଶିକ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ବୋଲି ଆଫଗାନିସ୍ତାନ ସରକାର ଏକ ବିବୃତିରେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.6 ° C
    24.6 °
    24.6 °
    70 %
    0.9kmh
    43 %
    Fri
    38 °
    Sat
    41 °
    Sun
    42 °
    Mon
    39 °
    Tue
    35 °

    ସମ୍ବନ୍ଧିତ