Sunday, October 4, 2026
24.3 C
Odisha

    ଏ କାର୍ଯ୍ୟକ୍ରମ ଅନେକଙ୍କ ନିଦ ହଜାଇ ଦେବ: ମୋଦୀ

    ଆଗକୁ ପଢନ୍ତୁ

    ତିରୁଅନନ୍ତପୁରମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କେରଳରେ ବିଜିଞ୍ଜାମ ଅନ୍ତର୍ଜାତୀୟ ବନ୍ଦର ଉଦ୍‌ଘାଟନ ଅବସରରେ ବିରୋଧୀ ଇଣ୍ଡି ମେଣ୍ଟକୁ କଡ଼ା ସମାଲୋଚନା କରିଛନ୍ତି। ମୁଁ ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ଚାହୁଛି, ଆପଣ ଇଣ୍ଡି ମେଣ୍ଟର ଏକ ଶକ୍ତିଶାଳୀ ସ୍ତମ୍ଭ, ଶଶୀ ଥରୁର ମଧ୍ୟ ଏଠାରେ ବସିଛନ୍ତି। ଆଜିର କାର୍ଯ୍ୟକ୍ରମ ଅନେକ ଲୋକଙ୍କ ନିଦ ହଜାଇଦେବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ସହ ମଞ୍ଚରେ ବିରୋଧୀ ଦଳ ନେତାଙ୍କ ଉପସ୍ଥିତିକୁ ଉଲ୍ଲେଖ କରି କହିଥିଲେ। କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ମଧ୍ୟ ଏହି ଐତିହାସିକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୂମିକା ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। ଆଦାନୀ ଗ୍ରୁପ୍ ଏହି ମିସନକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ ବିଜୟନ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

    ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଛନ୍ତି, ମୁଁ ଜାଣେ ନାହିଁ ପ୍ରଧାନମନ୍ତ୍ରୀ କେଉଁ ଆଧାରରେ ଏହା କହୁଛନ୍ତି। ଦେଶରେ ଯାହା ହେବାକୁ ଯାଉଛି, ପ୍ରଧାନମନ୍ତ୍ରୀ ହିଁ ନିଦ୍ରାହୀନ ରାତି ବିତାଇବେ, ଇଣ୍ଡି ମେଣ୍ଟ, ରାହୁଲ ଗାନ୍ଧୀ କିମ୍ବା କଂଗ୍ରେସ ନୁହେଁ। ଜାତିଗତ ଜନଗଣନା ପ୍ରସଙ୍ଗରେ ଆମେ ତାଙ୍କ ଉପରେ ସର୍ବାଧିକ ଚାପ ପକାଇବାକୁ ଯାଉଛୁ। ଆମେ ଶାନ୍ତିରେ ଶୋଇବୁ, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ଶୋଇବା କଷ୍ଟକର ହେବ। ତିରୁଅନନ୍ତପୁରମ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଥରୁର୍‌ ସ୍ୱାଗତ କରିଛନ୍ତି। ଏହି ଫଟୋକୁ ମଧ୍ୟ ସ୍ଥାନୀୟ ସାଂସଦ ଥରୁର ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଛନ୍ତି।

    ୮,୮୬୭ କୋଟି ଟଙ୍କା ବ୍ୟୟରେ ନିର୍ମିତ କେରଳର ବିଜିଞ୍ଜାମ ଅନ୍ତର୍ଜାତୀୟ ବନ୍ଦରକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେରଳ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର, ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ, ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ଏବଂ ସାଂସଦ ଶଶୀ ଥରୁର ପ୍ରମୁଖ ଉପସ୍ଥିତ ଥିଲେ। ତିରୁଅନନ୍ତପୁରମ ଜିଲ୍ଲାରେ ଅବସ୍ଥିତ ଏହି ବନ୍ଦର ବିଶ୍ୱ ବାଣିଜ୍ୟ ଓ ଜାହାଜ ଚଳାଚଳରେ ଭାରତର ସ୍ଥିତିକୁ ସୁଦୃଢ଼ କରିବ। ପବ୍ଲିକ-ପ୍ରାଇଭେଟ୍ ପାର୍ଟନରସିପ୍ ଅଧୀନରେ ବିକଶିତ ଏହି ଗଭୀର ଜଳ ବନ୍ଦରକୁ ଆଦାନୀ ପୋର୍ଟସ୍ ଆଣ୍ଡ ସ୍ପେସାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଏପିଏସ୍ଇଜେଡ୍) ନିର୍ମାଣ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ