Wednesday, September 16, 2026
26.1 C
Odisha

    ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ: ପୁଲିସ କମିସନରେଟ୍‌ ପକ୍ଷରୁ କଟକଣା ଜାରି, କେଉଁ ରୁଟ୍‌ରେ ଚଳାଚଳ ମନା ଜାଣନ୍ତୁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଜାନୁଆରି ୨୮ରେ ଓଡ଼ିଶା ଆସୁଛନ୍ତି । ଭୁବନେଶ୍ୱରରେ ଆୟୋଜିତ ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌-୨୦୨୫ରେ ଯୋଗଦେବେ ପିଏମ୍‌ ମୋଦୀ।  ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ କଟକଣା ଜାରି କରିଛି ପୁଲିସ କମିସନରେଟ୍‌।

    ସେହିପରି ଅପରାହ୍ନ ୧୨.୨୦ ମିନିଟ୍‌ରୁ ଅପରାହ୍ନ ୧.୦୫ ପର୍ଯ୍ୟନ୍ତ ନାଲକୋ ଛକ- ଜାଭିୟର ଛକ- ଜୟଦେବ ବିହାର ଛକ- ୧୨୦ ବାଟାଲିୟନ ଛକ- ପାଓ୍ୱାର ହାଉସ୍‌ ଛକ- ରାଜଭବବନ ଛକ- ଏଜି ଛକ- ହସ୍ପିଟାଲ ଛକ- ଏୟାରପୋର୍ଟ ଛକକୁ କୌଣସି ଯାନବାହାନ ଚଳାଚଳ କରିପାରିବେ ନାହିଁ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ କାରକେଡ୍‌ ରିହର୍ଶାଲ ଶେଷ ହୋଇଛି। ଭୁବନେଶ୍ବରରେ ମୋଦୀ ୨ ଘଣ୍ଟା ୨୦ମିନିଟ୍‌ ରହିବେ। ସେଥିପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଛି । ବ୍ଲୁ ବୁକ ଗାଇଡଲାଇନ ମୁତାବକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରୁଟ ଲାଇନିଂ ଓ ଟ୍ରାଫିକ ବ୍ୟବସ୍ଥା କୁ କଡାକଡି କରାଯାଇଛି । ଏସପିଜି ପୂର୍ବରୁ ଏହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି।

    ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଓ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମୋଟ ୬୦ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ । ୪୦୦ ରୁ ଉର୍ଦ୍ଧ୍ବ ଅଫିସର ସୁରକ୍ଷା ବ୍ୟବସ୍ଥାର ତଦାରଖ ଦାୟିତ୍ୱରେ ରହିଛନ୍ତି।  ମଙ୍ଗଳବାର ପୂର୍ବାହ୍ଣ ୧୦ଟା ୩୫ରେ ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ।ସେଠା‌ରୁ ସେ ୧୦ଟା ୫୫ମିନିଟରେ ସିଧାସଳଖ ଜନତା ମୈଦାନରେ ପହଞ୍ଚିବେ। ଉତ୍କର୍ଷ ଓଡ଼ିଶା, ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ରେ ମୋଦୀ ଦିନ ୧୧ଟାରୁ ଅପରାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ  ରହିବେ। ଏହା ପରେ ‌ଦିନ ୧୨ଟା ୩୫ରେ ସଭାସ୍ଥଳରୁ ବିମାନବନ୍ଦର ଅଭିମୁଖେ ବାହାରିବେ। ସେ ଦିନ ୧୨ଟା ୫୫ମିନିଟ୍‌ରେ ଦିଲ୍ଲୀ ଫେରିଯିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.1 ° C
    26.1 °
    26.1 °
    83 %
    1.1kmh
    60 %
    Wed
    27 °
    Thu
    32 °
    Fri
    32 °
    Sat
    31 °
    Sun
    30 °

    ସମ୍ବନ୍ଧିତ