Wednesday, October 14, 2026
26.2 C
Odisha

    ପୁଣି ଆରମ୍ଭ ହେବ କୈଳାଶ ମାନସରୋବର ଯାତ୍ରା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପୁଣିଥରେ କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିବାକୁ ଭାରତ ଓ ଚୀନ ରାଜି ହୋଇଛନ୍ତି । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭାରତ ଓ ଚୀନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି କୈଳାସ ମାନସରୋବର ଯାତ୍ରା କୁ ବନ୍ଦ କରି ଦିଆଯାଇଥିଲା। ୨୦୨୦ ମସିହାରୁ ଯାତ୍ରାର ଉଭୟ ସରକାରୀ ମାର୍ଗ ଭାରତୀୟଙ୍କ ପାଇଁ ବନ୍ଦ ରହିଛି। ହିନ୍ଦୁମାନେ ବିଶ୍ୱାସ କରନ୍ତି ଯେ କୈଳାସ ମାନସରୋବର ଭଗବାନ ଶିବଙ୍କ ବାସସ୍ଥାନ ଅଟେ । ସେଥିପାଇଁ କୈଳାସ ମାନସରୋବରକୁ ପ୍ରତି ବହୁ ସଂଖ୍ୟକ ଲୋକ ଯାଆନ୍ତି । କେବଳ ହିନ୍ଦୁମାନେ ନୁହନ୍ତି, ବୌଦ୍ଧ ଓ ଜୈନମାନଙ୍କ ପାଇଁ ଏହି ସ୍ଥାନ ପବିତ୍ର ମନେକରାଯାଏ । ଭାରତର ବୈଦେଶିକ ସଚିବ ବିକ୍ରମ ମିଶରୀ ବେଜିଂ ଗସ୍ତରେ ଅଛନ୍ତି। ସେଠାରେ ସେ ବୈଦେଶିକ ସଚିବ ଓ ଉପବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେଇଥିଲେ। ଏହା ସହିତ ସେ ଚୀନ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଥିଲେ । ଅକ୍ଟୋବର ମାସରେ କାଜାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ଦୁଇ ଦିନିଆ ବୈଠକ ପରେ ଉଭୟ ପକ୍ଷ ଭାରତ-ଚୀନ ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତିର ବ୍ୟାପକ ସମୀକ୍ଷା କରିଥିଲେ ଏବଂ ସମ୍ପର୍କକୁ ସ୍ଥିର ଏବଂ ପୁନଃନିର୍ମାଣ କରିବା ପାଇଁ କିଛି ଲୋକାଭିମୁଖୀ ପଦକ୍ଷେପ ନେବାକୁ ରାଜି ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ