Thursday, April 16, 2026
42.3 C
Odisha

    ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

    ଆଗକୁ ପଢନ୍ତୁ

    କଟକ : କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡ଼ିଶା ମାଷ୍ଟର୍ସ ସୁପର-୧୦୦ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗର କମିଶନର ତଥା ସଚିବ ସଚିନ ଯାଦବ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ। ଓସ୍‌ବା ସଭାପତି ରାଜେଶ ପ୍ରଭାକର ପାଟିଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନ ସମାରୋହ ରେ କ୍ରୀଡା ନିର୍ଦେଶକ ଡ.ବିଜୟ ୟେଦୁଲା, କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ, ବ୍ୟାଡ୍‌ମିଣ୍ଟନ ଏସିଆ ଫେଡେରେସନର ଟୁର୍ଣ୍ଣାମେଣ୍ଟ ମ୍ୟାନେଜର ବେଣୁଗୋପାଳ ରାମଲିଙ୍ଗମ୍‌, ଓସ୍‌ବା ସମ୍ପାଦକ ନିଲିନ କୁମାର ଉପସ୍ଥିତ ଥିଲେ।

    ଓଡ଼ିଶା ମାଷ୍ଟର୍ସରେ ୬ଟି ଦେଶର ୧୪୭ ପୁରୁଷ, ୧୩୭ ମହିଳା ଖେଳାଳି ଭାଗ ନେଇଛନ୍ତି। ସେମାନେ ପୁରୁଷ ସିଙ୍ଗଲ୍‌ସ, ମହିଳା ସିଙ୍ଗଲ୍‌ସ, ପୁରୁଷ ଡବଲ୍‌ସ, ମହିଳା ଡବଲ୍‌ସ ଓ ମିକ୍ସଡ ଡବଲ୍‌ସ ଟାଇଟଲ ପାଇଁ ଲଢେଇ କରିବେ। ପ୍ରଥମ ଦିନର ପୂର୍ବାହ୍ନ ରେ ୨୪ଟି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳା ଯାଇଥିଲା। ଏଥିରେ ଶ୍ରେଷ୍ଠ ୨୪ ମୁଖ୍ୟ ଡ୍ର’କୁ ଉନ୍ନୀତ ହୋଇଛନ୍ତି। ଅପରାହ୍ନରେ ମୁଖ୍ୟ ଡ୍ର ରୁ ୨୦ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଡ୍ରକୁ ଉନ୍ନୀତ ଭାରତୀୟ ସିଙ୍ଗଲସ ଖେଳାଳି ହେଲେ ଅଂଶ ବିଶାଳ ଗୁପ୍ତା, ମାନବ ଚୌଧୁରୀ, ରୋନକ ଚୌହାନ, ନୁମେର ଶେଖ, ମେଧାବୀ ନଗର, ସଂସ୍କାର ସାରସ୍ୱତ ଆଦିତ୍ୟ ଦିବାକର, ଲୋକେଶ ରେଡ୍ଡୀ ଏବଂ ଏବଂ ଡବଲସରେ ବିମଲରାଜ ଆନ୍ନାଦୁରେଇ ଓ ଶ୍ରେୟା ବାଲାଜୀ ଯୋଡି, ରୋହିତ ମାରିସ୍ୱାମୀ ସାଥି ରିଧି କୌର, ଭି. ରେଡଡି ସାଥି କେ. ସେଲଭାମ, ଯେନିଥ ଅବିଗେଲ ସାଥି ଲିଖିତା ଶ୍ରୀବକ୍ଷସ୍ତବ, ଡି. ଭେଲ ମୁରୁଗାନ ସାଥୀ ପ୍ରମୁଖ। ଏହି ପ୍ରତିଯୋଗିତାରେ ୧ ଲକ୍ଷ ୧୦ ହଜାର ଡଲାର ପୁରସ୍କାର ରାଶି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.3 ° C
    42.3 °
    42.3 °
    12 %
    4.4kmh
    2 %
    Thu
    43 °
    Fri
    43 °
    Sat
    43 °
    Sun
    44 °
    Mon
    44 °

    ସମ୍ବନ୍ଧିତ