Wednesday, April 15, 2026
25.7 C
Odisha

    କଙ୍ଗନା ଫିଲ୍ମ ଏମର୍ଜେନ୍ସିର ପ୍ରଦର୍ଶନକୁ ନେଇ ବ୍ରିଟେନରେ ହିଂସାତ୍ମକ ବିକ୍ଷୋଭ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : କଙ୍ଗନା ରଣାୱତଙ୍କ ଫିଲ୍ମ ‘ଏମର୍ଜେନ୍ସି’ର ପ୍ରଦର୍ଶନକୁ ନେଇ ବ୍ରିଟେନରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହାକୁ ନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର ଚିନ୍ତା ପ୍ରକଟ କରିଛି। ଅନୁମତିପ୍ରାପ୍ତ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରୁଥିବା ଲୋକଙ୍କ ପାଇଁ ବ୍ରିଟେନ ସରକାର ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ଆଶା ପ୍ରକାଶ କରିଛି ।ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଆମେ ଅନେକ ଖବର ଦେଖିଛୁ ଯେ ଅନେକ ପ୍ରେକ୍ଷାଳୟରେ ଫିଲ୍ମ ପ୍ରଦର୍ଶିତ ହେଉଛି, କିନ୍ତୁ ଏହାର ପ୍ରଦର୍ଶନରେ ବାଧା ରହିଛି। ଭାରତ ବିରୋଧୀ ତତ୍ତ୍ୱ ଏବଂ ଧମକଦେବା ଘଟଣା କୁ ନେଇ ଆମେ ବ୍ରିଟେନ ସରକାରଙ୍କ ସହ ନିରନ୍ତର ଆଲୋଚନା କରୁଛୁ । ଯେଉଁମାନେ ଫିଲ୍ମର ପ୍ରଦର୍ଶନରେ ବାଧା ସୃଷ୍ଟି କରୁଛନ୍ତି ସେମାନଙ୍କୁ ଦାୟୀ କରାଯିବା ଉଚିତ।

    ବ୍ରିଟିଶ ଶିଖ୍ ଗୋଷ୍ଠୀଙ୍କ ବିରୋଧ ଯୋଗୁଁ ବର୍ମିଂହାମ, ୱଲଭରହାମ୍ପଟନ୍ ଏବଂ ପଶ୍ଚିମ ଲଣ୍ଡନର କିଛି ଅଞ୍ଚଳରେ ସିନେମା ହଲ୍ ଗୁଡ଼ିକ ପ୍ରଦର୍ଶନ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ଏହି ଚଳଚ୍ଚିତ୍ରକୁ ଶିଖ୍ ବିରୋଧୀ ପ୍ରଚାର ବୋଲି ସମାଲୋଚନା କରାଯାଇଛି ଏବଂ ଚଳିତ ସପ୍ତାହ ଶେଷରେ ଅନ୍ୟ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯୋଜନା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    57 %
    0.8kmh
    0 %
    Wed
    42 °
    Thu
    44 °
    Fri
    44 °
    Sat
    43 °
    Sun
    43 °

    ସମ୍ବନ୍ଧିତ