Monday, October 5, 2026
21.7 C
Odisha

    କମଲା ହାରିଶ ହେବେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ

    ଆଗକୁ ପଢନ୍ତୁ

    ଓ୍ବାଶିଂଟନ : ଆମେରିକାର ୪୭ତମ ରାଷ୍ଟ୍ରପତିଙ୍କ ନିର୍ବାଚନ ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଗାମୀ ନିର୍ବାଚନରେ ନିଜ ନାମ ପ୍ରତ୍ୟାହାର କରିଛନ୍ତି। ସେ ଡେମୋକ୍ରାଟିକ୍‌ ପାର୍ଟିରୁ ରାଷ୍ଟ୍ରପତି ପଦ ପାଇଁ କମଲା ହାରିସଙ୍କ ନାଁ ସୁପାରିଶ କରିଛନ୍ତି। କମଲା ଏବେ ଉପରାଷ୍ଟ୍ରପତି ଅଛନ୍ତି ଯିଏ କି ଜଣେ ଭାରତୀୟ।
    ବାଇଡେନ୍‌ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ମୁଁ ଚଳିତ ବର୍ଷ ଆମ ଦଳର ପ୍ରାର୍ଥୀ ହେବା ପାଇଁ କମଲା ହାରିସଙ୍କୁ ମୋର ସମ୍ପୂର୍ଣ୍ଣ ସମର୍ଥନ ଏବଂ ସହଯୋଗ ଦେବାକୁ ଚାହୁଁଛି। ଡେମୋକ୍ରାଟିକ ପାର୍ଟିର ଏକଜୁଟ ହୋଇ ଟ୍ରମ୍ପଙ୍କୁ ପରାସ୍ତ କରିବାର ସମୟ ଆସିଛି।କମଲା ହାରିସ ହେଉଛନ୍ତି ପ୍ରଥମ ମହିଳା ଏବଂ ପ୍ରଥମ ଏସୀୟ ଆମେରିକୀୟ ଯିଏକି ଉପରାଷ୍ଟ୍ରପତି ପଦରେ ପହଞ୍ଚିଛନ୍ତି। ବାଇଡେନଙ୍କ ସମର୍ଥନ ତାଙ୍କୁ ପ୍ରଥମ ମହିଳା ରାଷ୍ଟ୍ରପତି ହେବାର ପଥରେ ଆଣିପାରେ।
    ହାରିସ ୧୯୬୪ରେ କାଲିଫର୍ନିଆର ଓକଲ୍ୟାଣ୍ଡରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାଆ ଶ୍ୟାମଲା ଗୋପାଳ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ ଏବଂ ଜଣେ କର୍କଟ ଅନୁସନ୍ଧାନକାରୀ ଥିଲେ। ତାଙ୍କ ପିତା ଡୋନାଲ୍ଡ ହାରିସ ଜଣେ ଜାମାଇକା ଅର୍ଥନୀତିଜ୍ଞ ଥିଲେ। କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଡିଗ୍ରୀ ହାସଲ କରିବା ସମୟରେ ହାରିସଙ୍କ ମାତାପିତା ସାକ୍ଷାତ ହୋଇଥିଲେ। ହାରିସର ଏକ ଭଉଣୀ ଅଛନ୍ତି ମାୟା। ହାରିସଙ୍କୁ ସାତ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଛାଡପତ୍ର ଦେଇଥିଲେ।୨୦୧୬ରେ ହ୍ୟାରିସ ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମା ଏବଂ ପରେ ଉପରାଷ୍ଟ୍ରପତି ଜୋ ବାଇଡେନଙ୍କ ସମର୍ଥନରେ ଆମେରିକାର ସିନେଟ ପାଇଁ ନିର୍ବାଚନ ଲଢିଥିଲେ। ସେ ସହଜରେ କାଲିଫର୍ନିଆର ଅନ୍ୟ ସିନେଟ ପ୍ରାର୍ଥୀ ପ୍ରତିନିଧୀ ଲୋରେଟା ସାଞ୍ଚେଜଙ୍କୁ (ଡି) ପରାସ୍ତ କରିଥିଲେ। ୨୦୨୦ରେ ସେ ଆମେରିକାର ଉପରାଷ୍ଟ୍ରପତି ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ