Monday, September 28, 2026
22.5 C
Odisha

    କାର୍‌-ବାଇକ୍ ମୁହାଁମୁହିଁ ଧକ୍କାରେ ହକି ଖେଳାଳି ମୃତ ଦୁଇ ଗୁରୁତର

    ଆଗକୁ ପଢନ୍ତୁ

    ଦେବଗଡ଼ : ୫୩ ନମ୍ୱର ଜାତୀୟ ରାଜପଥ ହଦମୁଣ୍ଡା ଘାଟି ବୁଲାଣି ରାସ୍ତାରେ ଶନିବାର ରାତିରେ କାର ବାଇକ ମୁହାଁମୁହିଁ ହେବା ଫଳରେ ଜଣେ ହକି ଖେଳାଳୀ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ହକି ଖେଳାଳୀ ଗୁରୁତର ହୋଇଥିବା ଜଣା ପଡିଛି କ୍ଷ ମୃତ ଖେଳାଳୀ ଜଣକ ସୁରେନ୍ଦ୍ର କାଣ୍ଡେଲ ହୋଇଥିବା ବେଳେ ଅନ୍ୟ ଦୁଇ ଗୁରୁତର ରଣସିଂ କାଣ୍ଡେଲ ଓ ସୁଧୀର ଟୁଟି ବୋଲି ଜଣା ପଡିଛି କ୍ଷ ଉଭୟ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ବେଳେ ସମସ୍ତ ଖେଳାଳୀ ଦେବଗଡ଼ ଥାନା ଅନ୍ତର୍ଗତ କଟେଇ ଗ୍ରାମର ବୋଲି ଜଣା ପଡିଛି କ୍ଷ ରିଆମାଳ ଥାନା ଅନ୍ତର୍ଗତ ଗସ୍ୟପଡା ଗ୍ରାମରେ ହକି ପ୍ରତିଯୋଗିତାରେ ମ୍ୟାଚ ଖେଳି ଘରକୁ ଫେରୁଥିବା ବେଳେ ହଦମୁଣ୍ଡା ଘାଟିରାସ୍ତା ବୁଲାଣିରେ ଖେଳାଳୀ ମାନେ ଆସୁଥିବା ବାଇକକୁ ଏକ କାର ଧକ୍କା ଦେବା ପରେ ଦୁର୍ଘଟଣା ଗ୍ରସ୍ତ କାର ଛାଡି ଚାଳକ ଫେରାର ହୋଇଯାଇଥିଲା କ୍ଷ ସୂଚନା ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ସମସ୍ତ ତିନି ଖେଳାଳୀଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ରେ ଭର୍ତ୍ତୀ କରିଥିଲେ ମଧ୍ୟ ଡାକ୍ତର ଖେଳାଳୀ ସୁରେନ୍ଦ୍ର କାଣ୍ଡେଲଙ୍କୁ ମୃତ ଘୋଷଣା କରିଥିଲେ କ୍ଷ ଘଟଣା ସ୍ଥଳରେ ଦେବଗଡ଼ ଥାନା ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ କାର ଓ ବାଇକକୁ ଜବତ କରି ଘଟଣାର ତଦନ୍ତ କରୁଥିବା ବେଳେ କାର ଚାଳକର କୌଣସି ସନ୍ଧାନ ମିଳିପାରିନାହିଁ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.5 ° C
    22.5 °
    22.5 °
    91 %
    1.4kmh
    14 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ