Monday, September 14, 2026
23.9 C
Odisha

    କାହିଁକି ଭଗବାନ ଗଣେଶଙ୍କୁ କୁହାଯାଇଥାଏ ଏକଦନ୍ତ? ଜାଣନ୍ତୁ ଗଜାନନଙ୍କ ସହ ଜଡିତ କିଛି ରୋଚକ ତଥ୍ଯ

    ଆଗକୁ ପଢନ୍ତୁ

    ଆଗକୁ ଆସିବାକୁ ଯାଉଛି ପବିତ୍ର ପର୍ବ ଗଣେଶ ଚତୁର୍ଥୀ। ଚଳିତ ବର୍ଷ ଆସନ୍ତା ୨୨ ଅଗଷ୍ଟରେ ପାଳିତ ହେବ ଗଣେଶ ଚତୁର୍ଥୀ। ପ୍ରତ୍ଯେକ ବର୍ଷ ଏହି ପର୍ବ ଭାଦ୍ରପଦ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଇଥାଏ। ମାନ୍ଯତା ରହିଛି ଯେଉଁ ବ୍ଯକ୍ତି ଗଣେଶ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କ ଆରାଧନା କରିଥାନ୍ତି, ଗଜାନନ ତାଙ୍କର ସମସ୍ତ ବିଘ୍ନକୁ ଖଣ୍ଡନ କରିଥାନ୍ତି। ବିଶ୍ବରେ ମଧ୍ଯ ଭଗବାନ ଗଣେଶଙ୍କୁ ଭିନ୍ନ ଭିନ୍ନ ନାମରେ ଜଣାଯାଇଥାଏ। ଯେପରି ଗଜାନନ, ବିଘ୍ନହର୍ତା, ଗଣପତି, ଏକଦନ୍ତ, ସିଦ୍ଧିବିନାୟକ, ଗଣେଶ ଏବଂ ଗୌରୀ ପୁତ୍ର ନାମରେ ଭକ୍ତମାନେ ଡାକ୍ତିଥାନ୍ତି। କିନ୍ତୁ ଭଗବାନ ଗଣେଶଙ୍କ ଏହି ଅଲଗା ଅଲଗା ନାଁ ର ମହିମା କ’ଣ ରହିଛି ଆପଣ ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା ଭଗବାନ ଗଜାନନଙ୍କୁ ଏକଦନ୍ତ କାହିଁକି କୁହାଯାଇଥାଏ।

    ବ୍ରହ୍ମବୈବର୍ତ ପୁରାଣରେ ଉଲ୍ଲେଖ କରାଯାଇଛି, ଥରେ ଭଗବାନ ପର୍ଶୁରାମ ତାଙ୍କର ଇଷ୍ଟ ଭଗବାନ ଶଙ୍କରଙ୍କ ସହ ସାକ୍ଷାତ କରିବା ପାଇଁ କୈଳାସରେ ପହଞ୍ଚିଥିଲେ। ସେହି ସମୟରେ ଭଗବାନ ଶଙ୍କର ଦେବୀ ପାର୍ବତୀଙ୍କ ସହ ଗୁମ୍ଫାରେ ଥିଲେ। ଏହି ସମୟରେ ଭଗବାନ ଶଙ୍କର ଦେବୀ ପାର୍ବତୀଙ୍କୁ ଶ୍ରୀରାମଙ୍କ କଥା ଶୁଣାଉଥିଲେ। ଏହି କାରଣରୁ କଥାରେ କୌଣସି ବିଳମ୍ବ ନହେବା ପାଇଁ ଶଙ୍କର ଭଗବାନ ଗଣେଶଙ୍କୁ ଗୁମ୍ଫା ବାହାରେ ଜଗାଇଥିଲେ। ଏଥିସହ ଗୁମ୍ଫା ଭିତରକୁ ଯେପରି କେହି ପ୍ରବେଶ ନକରନ୍ତି ଆଜ୍ଞା ଦେବା ସହ ତ୍ରିଶୁଳ ପ୍ରଦାନ କରିଥିଲେ।

    ଏହାପରେ ଯେତେବେଳେ ଭଗବାନ ପର୍ଶୁରାମ କୌଳାସରେ ପହଞ୍ଚିବା ପରେ କୌଳାସରେ ଭଗବାନ ଶଙ୍କର କେଉଁ ସ୍ଥାନରେ ନଜର ଆସିନଥିଲେ। କେବଳ ଜଣେ ଛୋଟ ବାଳକ ଗୁମ୍ଫା ବାହାରେ ଛିଡା ହୋଇଥିବାର ନଜର ଆସିଥିଲେ। ଏହାପରେ ସେ ଏହି ଗୁମ୍ଫା ଭିତରକୁ ଯିବା ପାଇଁ ଚାହିଁଥିଲେ କିନ୍ତୁ ଏହି ସମୟରେ ଗଜାନନ ତ୍ରିଶୁଳ ସାହାର୍ଯ୍ଯରେ ପର୍ଶୁରାମଙ୍କୁ ରୋକିଥିଲେ।

    ଏସବୁ ଦେଖିବା ପରେ ଭଗବାନ ପର୍ଶୁରାମ ଗଣେଶଙ୍କ ଉପରେ କ୍ରୋଧିତ ହୋଇଯାଇଥିଲେ ଏବଂ ସେ ଭଗବାନ ଗଣେଶଙ୍କୁ ତାଙ୍କ ରାସ୍ତା ନରୋକିବା ପାଇଁ ମନା କରିଥିଲେ। ଅନ୍ଯଥା ଯୁଦ୍ଧ କରିବାର ମଧ୍ଯ ଚେତାବନୀ ଦେଇଥିଲେ। ଭଗବାନ ଗଣେଶ ଏହିକଥା ଶୁଣିବା ପରେ ମଧ୍ଯ ପଛକୁ ହଟିନଥିଲେ ଏବଂ ପର୍ଶୁରାମଙ୍କ ସହ ଯୁଦ୍ଧ କରିବାକୁ ଲାଗିଥିଲେ। ଏହି ଯୁଦ୍ଧ ସମୟରେ ହିଁ ଭଗବାନ ଗଣେଶଙ୍କର ଗୋଟିଏ ଦାନ୍ତ ଭାଙ୍ଗିଯାଇଥିଲା। ଯେଉଁ କାରଣରୁ ଭଗବାନ ଗଣେଶଙ୍କୁ ଏକଦନ୍ତ କୁହାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    93 %
    0.4kmh
    100 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ