Wednesday, October 7, 2026
22.5 C
Odisha

    ମୂଷିକ ରାଜ୍‌ କେମିତି ହେଲେ ଗଜାନନଙ୍କ ବାହାନ?

    ଆଗକୁ ପଢନ୍ତୁ

    ଭଗବାନ ଶ୍ରୀଗଣେଶଙ୍କୁ ପୂଜା କରି କାର୍ଯ୍ୟ ଆରମ୍ଭ କଲେ ସବୁକିଛି ନିର୍ବିଘ୍ନରେ ସମାପ୍ତ ହୁଏ। ଶ୍ରୀଗଣେଶ ହେଉଛନ୍ତି ଜ୍ଞାନଦାତା, ଶକ୍ତିଦାତା, ସୁଖଶାନ୍ତି ପ୍ରଦାୟକ, ବିଘ୍ନ ବିନାଶକ, ଗଣଙ୍କର ପତି ଏବଂ ଅଗ୍ରପୂଜ୍ୟ। ଆଉ ଏକ ଅର୍ଥରେ ଗଣ ଶବ୍ଦର ‘ଗ’ ଅର୍ଥ ହେଲା ‘ବୁଦ୍ଧି’ ଓ ‘ଣ’ ଅର୍ଥ ହେଲା ‘ବିଜ୍ଞାନର’ ପ୍ରତୀକ। ତେଣୁ ଶ୍ରୀଗଣେଶ ହେଲେ ବୁଦ୍ଧି ଓ ବିଜ୍ଞାନର ଠାକୁର। ପ୍ରଭୁ ଶ୍ରୀଗଣେଶଙ୍କ ବାହାନ ମୂଷା, ଏହାର କାରଣ ବିଷୟରେ କେତେକ କାହାଣୀ ଅଛି। ଗଜାମୁଖାସୁର ନାମକ ଏକ ରାକ୍ଷସ ପରାକ୍ରମ ଦେଖାଇ ଦେବତାମାନଙ୍କ ପ୍ରତି ଅନ୍ୟାୟ କରୁଥିଲା। ସମସ୍ତ ଦେବତାଗଣ ପ୍ରଭୁ ଶ୍ରୀଗଣେଶଙ୍କୁ ଗଜାମୁଖାସୁର କବଳରୁ ମୁକ୍ତି ଦେବା ପାଇଁ କହିଥିଲେ। ଦେବତାମାନଙ୍କ କଥା ରକ୍ଷାକରି ଶ୍ରୀଗଣେଶ ଗଜାମୁଖାସୁର ରାକ୍ଷସ ସହିତ ଯୁଧ୍ୟ କରିଥିଲେ। ରାକ୍ଷସ ଦେବତାଙ୍କଠୁ ବର ପ୍ରାପ୍ତ କରିଥିଲା ଯେ କୌଣସି ଅସ୍ତ୍ରରେ ସେ ମରିବ ନାହିଁ। ଯୁଦ୍ଧରେ ପ୍ରଭୁ ଗଣେଶ ଯେତେ ପ୍ରକାର ଚେଷ୍ଟା କଲେ ମଧ୍ୟ ରାକ୍ଷସଙ୍କୁ ପରାଜିତ କରିପାରିନଥିଲେ। ତା’ପରେ ବୁଦ୍ଧି ବଳରେ ନିଜ ଦାନ୍ତରେ ରାକ୍ଷସକୁ ନିହତ କରିବାକୁ ଚେଷ୍ଟା କଲେ। ଏଥିରେ ରାକ୍ଷସ ଭୟଭୀତ ହୋଇ ମୂଷା ରୂପ ଧାରଣକରି ପଳାୟନ କରୁଥିଲା କିନ୍ତୁ ସେ ପ୍ରଭୁ ଗଣେଶଙ୍କ ହାତରେ ଧରାପଡ଼ିଯାଇଥଲା। ମୃତ୍ୟୁ ଭୟରେ ରାକ୍ଷସ କ୍ଷମା ମାଗିବାରୁ ଶ୍ରୀଗଣେଶ ତାକୁ ଜୀବନ ଦାନ ଦେଇ ନିଜ ବାହାନ କରିଥିଲେ।

    ଅନ୍ୟ ଏକ କାହାଣୀ ଅନୁଯାୟୀ, କ୍ରୋଞ୍ଚ ନାମକ ଏକ ଗନ୍ଧର୍ବ ଅଭିଶାପ ପାଇବା ଫଳରେ ମୂଷା ରୂପ ଧାରଣ କରିଥିଲା। ସେହି ମୂଷା ଦିନେ ପରାଶର ଋଷିଙ୍କ ଆଶ୍ରମରେ ଭୟଙ୍କର ଉତ୍ପାତ ସୃଷ୍ଟି କଲା। ପରାସର ଋଷି ଏହାର ପ୍ରତିକାର ପାଇଁ ପ୍ରଭୁ ଗଣେଶଙ୍କ ନିକଟକୁ ଗଲେ। ମୁଷାଟିକୁ ଶ୍ରୀଗଣେଶ କହିଲେ ତୁମର ଯାହା ଆବଶ୍ୟକ ମୋତେ କୁହ କିନ୍ତୁ ଏପରି ସ୍ଵଭାଵ ପରିତ୍ୟାଗ କର। ଏହାଶୁଣି ଅହଂକାରୀ ମୂଷା କହିଲା ମୋର କିଛି ଆବଶ୍ୟକ ନାହିଁ, ଅନ୍ୟ ଯାହାର ଆବଶ୍ୟକ ଅଛି ମୋତେ ମାଗିପାରନ୍ତି। ଏହାଶୁଣି ଶ୍ରୀଗଣେଶ କହିଲେ, ଯଦି ତୁମେ ଯାହା କହିଲ ତାହା ସତ୍ୟ ହୋଇଥାଏ, ତେବେ ମୋର ବାହନ ହୋଇଯାଅ। ତା’ପରେ ପ୍ରଭୁ ବାହାନ ଉପରେ ବିରାଜମାନ କରିଥିଲେ ।

    ଉପରୋକ୍ତ କାହାଣୀରୁ ଏହି ଶିକ୍ଷା ମିଳିଲା ଯେ ଶ୍ରୀଗଣେଶ ମୁଷାର ଗର୍ବ ଅହଂକାରକୁ ଭାଙ୍ଗି ତାକୁ ବାହାନ ରୂପେ ଗ୍ରହଣ କଲେ, ସର୍ବଦା ଗର୍ବ ଓ ଅହଂକାର ଠାରୁ ଦୁରେଇ ରହିବା ନିଜ ପାଇଁ ଓ ସମାଜ ପାଇଁ ଭଲ। ସାଧାରଣତଃ ମୂଷାମାନଙ୍କର କାର୍ଯ୍ୟ ହେଲା କାଟିବା, ଲୁଟିବା କିମ୍ବା ଚୋରେଇବା। ଖଳ ପ୍ରକୃତିର ଲୋକଙ୍କ ସଦୃଶ ମୂଷାର କାର୍ଯ୍ୟକଳାପ। ଭଗବାନ ଶ୍ରୀଗଣେଶଙ୍କ ବାହାନ ମୂଷା ଅନେକ କିଛି ସଂକେତ ଦେଇଥାଏ। ଯେଉଁମାନେ ଖରାପ ପ୍ରକୃତିର ଲୋକ ଓ ପାପୀ ହୋଇଥାନ୍ତି ସେମାନେ ଶ୍ରୀଗଣେଶଙ୍କ ଶରଣାପନ୍ନ ହେଲେ ତାଙ୍କର ଜୀବନଧାରା ବଦଳିଯାଏ। ସମସ୍ତେ ଜାଣନ୍ତି ଯେ ମୂଷା ଏକ ସର୍ବଗ୍ରାସୀ ପ୍ରାଣୀ, ଯାହାର ସବୁ ଖାଇବା ଏବଂ ପାଇବାର ଇଚ୍ଛା ଥାଏ। ମଣିଷ ମନରେ ଯେଉଁ ପ୍ରବଳ ଇଛା ତାକୁ ନିଜ ଅଧୀନରେ ରଖିବା ପାଇଁ ମୂଷାଠାରୁ ପ୍ରେରଣା ମିଳିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ