Sunday, April 12, 2026
25.3 C
Odisha

    ଖରାଦିନେ ଏମିତି ନିଅନ୍ତୁ ତ୍ୱଚାର ଯତ୍ନ

    ଆଗକୁ ପଢନ୍ତୁ

    ଖରାର ପ୍ରଭାବରୁ ତ୍ୱଚା ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏହି ସମୟରେ ତ୍ୱଚାର ଅଧିକ ଯତ୍ନ ନେବା ଆବଶ୍ୟକ। କର୍ମବହୁଳ ବ୍ୟସ୍ତତା ଜୀବନରେ ଜାଣନ୍ତୁ କିଛି ସହଜ ଉପାୟ ବିଷୟରେ, କିପରି ନେବେ ଖରାଦିନେ ମୁହଁର ଯତ୍ନ..

    ଖରାଦିନରେ ବାହାରକୁ ଯିବା ପୂର୍ବରୁ ନିଜ ମୁହଁ, ହାତ, ବେକରେ ସନସ୍କ୍ରିନ୍ କିମ୍ବା ସନ ଲୋଶନ ଲଗାନ୍ତୁ। ମୁହଁରେ ସ୍କାର୍ଫ ବାନ୍ଧନ୍ତୁ।
    ସପ୍ତାହକୁ ୨ ରୁ ୩ ଥର ଦହିରେ ବେସନ, ହଳଦୀ ଗୁଣ୍ଡ ମିଶାଇ ମୁହଁରେ ଲଗାନ୍ତୁ। ଏପରି କରିବା ଦ୍ୱାରା ମୁହଁର ରଙ୍ଗ ଗୋରା ରହିବା ସହ ମୁହଁ ଉଜ୍ଜ୍ୱଳ ଦେଖାଯାଏ।

    ଆଖିତଳ ଓ ମୁହଁର ଯେଉଁ ଅଂଶ କଳା ପଡ଼ୁଛି ସେଠାରେ କାକୁଡ଼ିକୁ ପେଷି ଏହାର ରସକୁ ଲଗାନ୍ତୁ। ଏହି ସମସ୍ୟାରୁ ମୁକ୍ତି ମିଳିବ।

    ବାହାରୁ ଘରକୁ ଆସିବା ପରେ ମୁହଁକୁ ଓଦା କପଡ଼ାରେ ପୋଛିବା ପରେ କ୍ଲିନଜିଂ ମିଲ୍କରେ ପୋଛନ୍ତୁ।

    ସପ୍ତାହକୁ ୨ ରୁ ୩ ଥର ମୁହଁରେ ଘିକୁଆଁରୀ ଲଗାନ୍ତୁ। କିଛି ସମୟ ଲଗାଇ ମୁହଁରେ ରଖିବା ପରେ ଏହାକୁ ଧୋଇ ଦିଅନ୍ତୁ।

    ଚନ୍ଦନ ଓ ତୁଳସୀକୁ ମିଶାଇ ଏହାକୁ ସପ୍ତାହକୁ ଥରେ ଲଗାନ୍ତୁ। ଏହାକୁ ମୁହଁରେ ଲଗାଇବା ଦ୍ୱାରା ମୁହଁ ଶୀତଳ ରହିବା ସହ ବିଭିନ୍ନ ଦାଗ ଦୂର ହୋଇଥାଏ।

    ନିୟମିତ ରାତିରେ ଶୋଇବା ପୂର୍ବରୁ ମୁହଁକୁ ଗୋଲାପ ଜଳରେ ପୋଛି ଶୁଅନ୍ତୁ।

    ତ୍ୱଚା ଉଜ୍ୱଳ ଓ ସୁସ୍ଥ ରହିବା ପାଇଁ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଖରାଦିନରେ ଝାଳ ବୋହିବା କାରଣରୁ ଶରୀରରୁ ଜଳୀୟ ଅଂଶ କମ ହୋଇଯାଏ। ତେଣୁ ଏହି ଦିନରେ ନିହାତି ୨ ରୁ ୩ ଲିଟର ଜଳ ପିଅନ୍ତୁ।

    ଖରାଦିନରେ ମେକଅପର ବ୍ୟବହାର କମ କରନ୍ତୁ। କାରଣ ଏହି ଦିନରେ ଚର୍ମ ସାଧାରଣତଃ ମେକଅପରେ ଥିବା କେମିକାଲ କାରଣରୁ ଏହା ଉପରେ କୁପ୍ରଭାବ ପକାଏ। ତେଣୁ ଅତିଆବଶ୍ୟକ ନହେଲେ ମେକଅପର ଅଧିକ ବ୍ୟବହାର କରନ୍ତୁ ନାହିଁ।

    ତ୍ୱଚା ପାଇଁ ଭିଟାମିନ ସି ଖୁବ ଲାଭଦାୟକ ଅଟେ। କମଳା, ଲେମ୍ବୁ, ଅଁଳା, ଅଙ୍ଗୁର, ଟମାଟୋ ଆଦିରେ ଭିଟାମିନ ପ୍ରଚୁର ପରିମାଣରେ ଥାଏ। ଖରାଦିନରେ ଏହି ସମସ୍ତ ଖାଦ୍ୟ ଖାଇଲେ ମୁହଁ ଖୁବ ଉଜ୍ୱଳ ଓ ସତେଜ ରହେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    20 %
    1.2kmh
    0 %
    Sun
    39 °
    Mon
    41 °
    Tue
    42 °
    Wed
    44 °
    Thu
    44 °

    ସମ୍ବନ୍ଧିତ