Saturday, March 14, 2026
38.1 C
Odisha

    ଗାଡ଼ି ଧକ୍କାରେ ଚାଲିଗଲା ହେଟା ବାଘର ଜୀବନ

    ଆଗକୁ ପଢନ୍ତୁ

    ନୂଆପଡ଼ା ଜିଲା ଖଡ଼ିଆଳ ୩୫୩ନଂ. ଜାତୀୟ ରାଜପଥର ପୋଡାପାଲି କେନାଲ ତ୍ରିବେଣୀ ଛକ ନିକଟରେ ସୋମବାର ଅଜଣା ଗାଡ଼ି ଧକ୍କାରେ ଏକ ହେଟା ବାଘର ମୃତ୍ୟୁ ହୋଇଛି। ପୋଡାପାଲି ଛକ ନିକଟରେ ହେଟାବାଘର ମୃତଦେହ ପଡ଼ିଥିବା ଦେଖି ଗ୍ରାମବାସୀ ବନ ବିଭାଗକୁ ସୂଚନା ଦେଇଥିଲେ। ଖଡିଆଳ ବନ ବିଭାଗ ଏସିଏଫ୍‌ ମହମ୍ମଦ ସାଳିହା ଖାନଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲେ। ହେଟାବାଘର ମୃତଦେହ ଜବତ ପରେ ଖଡ଼ିଆଳ ପ୍ରାଣୀ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ଖଡ଼ିଆଳ ସେଣ୍ଟ୍ରାଲ ନର୍ସରୀରେ ପୋତି ଦିଆଯାଇଥିବା ଏସିଏଫ୍‌ ଖାନ୍‌ ପ୍ରକାଶ କରିଛନ୍ତି। ଏଥିରେ ଫରେଷ୍ଟର ଧର୍ମେନ୍ଦ୍ର ନାୟକ, ସରୋଜ ମାଝି, ପ୍ରସନ୍ନ ହଂସ ଓ ନରେଶ ଦଣ୍ଡସେନା ପ୍ରମୁଖ ସାମିଲ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.1 ° C
    38.1 °
    38.1 °
    9 %
    4.3kmh
    0 %
    Sat
    37 °
    Sun
    38 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ