Thursday, July 17, 2025
26.4 C
Odisha

    ଗୁଜରାଟରେ ପ୍ରବଳ ବର୍ଷାରେ ୧୬ ଜଣଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ଗୁଜରାଟରେ ତିନି ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ପାଣିରେ ବୁଡ଼ି ରହିଛି । ସୌରାଷ୍ଟ୍ର ଏବଂ କେନ୍ଦ୍ରୀୟ ଗୁଜରାଟରେ ୪୮ ଘଣ୍ଟା ଧରି ବର୍ଷାର ତୀବ୍ରତା ଏବଂ ଅନୁପାତ କମିନଥିବାରୁ ଅନେକ ଗାଁ ଓ ସହର ଦ୍ୱୀପରେ ପରିଣତ ହୋଇଛି । ନ୍ୟୁଜ୍ ଏଜେନ୍ସି ପିଟିଆଇର ତଥ୍ୟ ଅନୁଯାୟୀ, ଗୁଜରାଟରେ ପ୍ରବଳ ବର୍ଷା ଯୋଗୁଁ ଦୁଇ ଦିନମଧ୍ୟରେ ମୋଟ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ଗୁଜରାଟର ଅନେକ ଅଞ୍ଚଳରେ ରାସ୍ତା ରେ ବନ୍ୟା ଯୋଗୁଁ ଲୋକେ ଫସି ରହିଛନ୍ତି । ରାଜପଥରେ ଯାନବାହନର ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି । ସୌରାଷ୍ଟ୍ର, ବିଶେଷକରି ଦ୍ୱାରକା, ଜାମନଗର, ପୋରବନ୍ଦର, ମୋର୍ବି, ଜୁନାଗଡ଼ ଏବଂ ରାଜକୋଟ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ଯଥେଷ୍ଟ ବୃଦ୍ଧି ପାଇଛି । ଆଖପାଖ ଅଞ୍ଚଳରେ ନଦୀ ପାଣି ପଶିଯାଇଥିବାରୁ ଲୋକେ ସୁରକ୍ଷିତ ସ୍ଥାନକୁ ଯିବାକୁ ବାଧ୍ୟ ହୋଇଛନ୍ତି । ଗୁଜରାଟ ସରକାରଙ୍କ ସୂଚନା ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁଁ ୨୩,୮୭୧ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବଦୋଦରା ଓ ଜାମନଗରରେ ଉଦ୍ଧାର ପାଇଁ ବାୟୁସେନା ମୁତୟନ କରାଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରୁ ୧୬୯୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.4 ° C
    26.4 °
    26.4 °
    87 %
    2kmh
    100 %
    Thu
    26 °
    Fri
    34 °
    Sat
    32 °
    Sun
    29 °
    Mon
    30 °

    ସମ୍ବନ୍ଧିତ