Tuesday, April 21, 2026
42.2 C
Odisha

    ଗୁଜରାଟରେ ଯୁବକଙ୍କୁ ମାରି ୱାଶିଂମେସିନରେ ଭର୍ତ୍ତି କରିଥିଲା, ଓଡ଼ିଶାରୁ ବନ୍ଧା ହେଲା ଅଭିଯୁକ୍ତ

    ଆଗକୁ ପଢନ୍ତୁ

    ଧାର ଟଙ୍କା ନ ମିଳିବାରୁ ଯୁବକ ଘଟାଇଲେ ଜଘନ୍ୟ କାଣ୍ଡ। ବାରମ୍ବାର ମାଗିବା ସତ୍ତ୍ୱେ ବାକି ଟଙ୍କା ନେଇଥିବା ବ୍ୟକ୍ତି ଧରାଛୁଆଁ ନ ଦେବାରୁ ତାଙ୍କୁ ଲୁହ ରଡରେ ପିଟି ପିଟି ମାରି ଦେଲେ ଅଭିଯୁକ୍ତ । ଏହାପରେ ପୁଲିସ୍‌ କବଜାରୁ ବଞ୍ଚିବାକୁ ମୃତଦେହକୁ ୱାଶିଂ ମେଶିନରେ ଲୁଚାଇ ଫେରାର ହୋଇଗଲେ। ସପ୍ତାହେ ପରେ ଦୁର୍ଗନ୍ଧ ହେବାରୁ ପୁଲିସ୍‌ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଏଥିସହ ମାମଲାର ଖୋଳତାଡ଼ କରି ମାସେ ପରେ ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ୍‌। ଏପରି ଏକ ଘଟଣା ସୁଦୂର ଗୁଜରାଟରେ ଘଟିଥିବା ବେଳେ ଓଡ଼ିଶାରୁ ବନ୍ଧା ହୋଇଛି ଅଭିଯୁକ୍ତ। ଉଭୟ ମୃତକ ଓ ଗିରଫ ହୋଇଥିବା ଯୁବକ ଓଡ଼ିଶାର ବୋଲି ଜଣାଯାଇଛି। ମାସେରୁ ଅଧିକ ସମୟର ଛକାପଞ୍ଝା ପରେ ଫେରାର ହୋଇ ଓଡ଼ିଶା ପଳାଇ ଆସିଥିବା ଅଭିଯୁକ୍ତକୁ ଆରଡି ଫାଣ୍ଡି ଅଞ୍ଚଳରୁ ଗିରଫ କରିଛି ପୁଲିସ୍‌। ଗିରଫ ଯୁବକଜଣକ ହେଲେ ମନୋଜ ସାହୁ। ତାଙ୍କ ଘର କେନ୍ଦ୍ରାପଡ଼ା ମହାକାଳପଡ଼ା ଅଞ୍ଚଳରେ। ସେ କଟକର ଗୁରୁଚରଣ ପ୍ରଧାନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

    ଅଭିଯୋଗ ଅନୁସାରେ, ମନୋଜ ସୁରଟରେ ଏକ ଭେରାଇଟ ଷ୍ଟୋର କରିଥିଲେ । କଟକର ଗୁରୁଚରଣ ପ୍ରଧାନଙ୍କଠାରୁ ମନୋଜ କିଛି ଟଙ୍କା ପାଇବାର ଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟ ବିବାଦ ଦେଖାଦେଇଥିଲା । ଏହାକୁ କେନ୍ଦ୍ର କରି ଗତ ଅକ୍ଟୋବର ୧୦ ତାରିଖରେ ଉଭୟଙ୍କ ମଧ୍ୟରେ ବଚସା ଲାଗିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ମନୋଜ ଗୁରୁଚରଣ ପ୍ରଧାନଙ୍କୁ ଲୁହା ରଡରେ ପିଟି ହତ୍ୟା କରିଥିଲେ। ପରେ ଲୁଗାସଫା ମେସିନରେ ମୃତଦେହ ଲୁଚାଇ ଦେଇ ଫେରାର ହୋଇ ଯାଇଥିଲେ। ସପ୍ତାହେ ପରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । ପୁଲିସ ସିସିଟିଭି ଫୁଟେଜ ସହ ମାମଲାର ତଦନ୍ତ ଜାରି ରଖିଥିଲା । ଅଭିଯୁକ୍ତ ମନୋଜ ଭୂବନେଶ୍ୱର ସମେତ କୋଣାକ, ଦିଲ୍ଲୀ ଆଦି ଅଞ୍ଚଳରେ ଦୀର୍ଘଦିନ ହେବ ଘୂରି ବୁଲୁଥିବା ନେଇ ମୋବାଇଲ ଟ୍ରାକରୁ ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ପୁଲିସ୍‌ ତାଙ୍କୁ ଖୋଜାଖୋଜି ଜାରି ରଖିଥିଲା।
    ଗତ ୪/୫ଦିନ ହେବ ଅଭିଯୁକ୍ତ ମନୋଜ ଆରଡିରେ ରହି ଆସୁଥିବା ଗୁଜରାଟ ପୁଲିସ ଖବର ପାଇ ଭଦ୍ରକ ପୁଲିସ୍‌କୁ ସୂଚନା ଦେଇଥିଲା। ଏହାପରେ ଗତକାଲି ଗୁଜରାଟରୁ ଆସିଥିବା ପୁଲିସ୍‌ ଟିମ୍‌ ଆରଡିରେ ପହଞ୍ଚିଥିଲା। ଏହାପରେ ଆରଡି ଫାଣ୍ଡି ପୁଲିସର ମିଳିତ ସହଯୋଗରେ ଅଭିଯୁକ୍ତଙ୍କୁ କାବୁ କରି ଗୁଜରାଟ ନେଇ ଯାଇଛି ପୁଲିସ୍‌।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.2 ° C
    42.2 °
    42.2 °
    11 %
    3.4kmh
    8 %
    Tue
    41 °
    Wed
    43 °
    Thu
    43 °
    Fri
    44 °
    Sat
    44 °

    ସମ୍ବନ୍ଧିତ