Thursday, September 10, 2026
26.1 C
Odisha

    ଗୋଳାବାରୁଦ କାରଖାନାରେ ବିସ୍ଫୋରଣ, ୮ ମୃତ

    ଆଗକୁ ପଢନ୍ତୁ

    ନାଗପୁର: ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ ଥିବା ଏକ ଗୋଳାବାରୁଦ କାରଖାନାରେ ଆଜି ବିସ୍ଫୋରଣ ଘଟି ୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୭ ଜଣ ଆହତ ହୋଇଛନ୍ତି। ଭଣ୍ଡାରାର ଜବାହର ନଗରସ୍ଥିତ ଏହି କାରଖାନାରେ ପୂର୍ବାହ୍ଣ ପ୍ରାୟ ସାଢ଼େ ୧୦ଟା ବେଳେ ବିସ୍ଫୋରଣ ଘଟିଥିଲା। କାରଖାନାରେ ନିଆଁ ଲାଗିଯିବା ସହ କୋଠା ଭୁଶୁଡ଼ି ପଡ଼ିଥିଲା। ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନ୍‌ଡିଆର୍‌ଏଫ୍‌) ଟିମ୍ ଘଟଣାସ୍ଥଳରେ ମୁତୟନ ହୋଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଭିତରେ ଫସି ରହିଥିବା ଲୋକଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ଉଦ୍ଧାର କରାଯାଇଛି। କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ ଅନ୍ୟ ୭ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ପଠାଯାଇଛି। ଜିଲ୍ଲାପାଳ ସଞ୍ଜୟ କୋଲଟେଙ୍କ କହିବା ଅନୁଯାୟୀ, ଏକ ଛାତ ଭୁଶୁଡ଼ି ପଡ଼ିଥିବା ବେଳେ ଜେସିବି ସହାୟତାରେ ଆବର୍ଜନା ସଫା କରାଯାଉଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ଭଣ୍ଡାରା ଜିଲ୍ଲା ଗୋଳାବାରୁଦ କରାଖାନା ବିସ୍ଫୋରଣରେ ଛାତ ଭୁଶୁଡ଼ି ପଡ଼ିବାରୁ ୧୩ରୁ ୧୪ ଜଣ ଶ୍ରମିକ ଫସି ରହିଥିଲେ। ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। କାରଖାନା ସ୍ଥଳଠାରୁ ୫ କିଲୋମିଟର ଦୂରରୁ ଏହି ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ଦୂରରୁ ନିଆଯାଇଥିବା ଏକ ଭିଡିଓରେ କାରଖାନାରୁ ଘନ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.1 ° C
    26.1 °
    26.1 °
    89 %
    1.4kmh
    100 %
    Thu
    27 °
    Fri
    28 °
    Sat
    29 °
    Sun
    28 °
    Mon
    30 °

    ସମ୍ବନ୍ଧିତ