Thursday, April 30, 2026
39.7 C
Odisha

    ଚଳିତବର୍ଷ ସିଦ୍ଧିବିନାୟକ ମନ୍ଦିର ଟ୍ରଷ୍ଟ୍‌କୁ ମିଳିଛି ୧୪ ପ୍ରତିଶତ ଅଧିକ ଦାନ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଚଳିତବର୍ଷ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର ଟ୍ରଷ୍ଟ୍‌ ପ୍ରଭାଦେବୀଙ୍କୁ ମିଳିଛି ୧୩୩ କୋଟି ଟଙ୍କ‌ା। ୨୦୨୩-୨୪ ମସିହାରେ ଟ୍ରଷ୍ଟ୍‌କୁ ୧୧୪ କୋଟି ଟଙ୍କା ଦାନ ମିଳିଥିବା ବେଳେ ୨୦୨୪-୨୫ ମସିହାରେ ଏହା ୧୪ ପ୍ରତିଶତ ବୃଦ୍ଧି ପାଇ ୧୩୩ କୋଟିରେ ପହଞ୍ଚିଛି। ବର୍ଷ ୨୦୨୪-୨୫ରେ ସବୁଠୁ ଅଧିକ ଦାନ ପାଇଥିବା ମନ୍ଦିର ହୋଇଛି ସିଦ୍ଧି ବିନାୟକ ।

    ମାର୍ଚ୍ଚ ୩୧ ତାରିଖରେ ଟ୍ରଷ୍ଟ୍‌ର ଅଧ୍ୟକ୍ଷ ସଦାନନ୍ଦ ସର୍ବାଙ୍କର ଦ୍ବାରା ଚାଳିତ ପରିଚାଳନା କମିଟି ଏହି ବାର୍ଷିକ ବଜେଟ୍‌ ରିପୋର୍ଟ ପ୍ରଦାନ କରିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଦାନ ବ୍ୟତୀତ ମନ୍ଦିର ପାଣ୍ଠିକୁ ଲଡୁ ବିକ୍ରି, ନଡ଼ିଆ ବିକ୍ରି ଓ ପୂଜା ବିଦ୍ଧି ଆଦି ବିଭିନ୍ନ ଦିଗରୁ ଟଙ୍କା ମିିଳିଥାଏ।

    ଅନୁମାନ କରାଯାଉଛି ବର୍ଷ ୨୦୨୫-୨୬ ରେ ଏହା ଦେଢ ଶହ କୋଟି ପାର ହୋଇପାରେ । ନଗଦ ଦାନ ସହ ଦେଶବିଦେଶରୁ ଅନଲାଇନ ଦାନ ମଧ୍ୟ ମିଳିଥାଏ । ପ୍ରସିଦ୍ଧ ସିଦ୍ଧି ବିନାୟକଙ୍କ ଭକ୍ତଙ୍କ ତାଲିକା କିଛି କମ ନୁହେଁ । ସାଧାରଣ ଭକ୍ତଠୁ ନେଇ ସେଲିବ୍ରେଟି । ଆଶୀର୍ବାଦ ପାଇଁ ଗଣପତିଙ୍କ ଶରଣାପନ୍ନ ହୁଅନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.7 ° C
    39.7 °
    39.7 °
    18 %
    5.7kmh
    5 %
    Thu
    42 °
    Fri
    39 °
    Sat
    42 °
    Sun
    41 °
    Mon
    39 °

    ସମ୍ବନ୍ଧିତ