Monday, March 16, 2026
24.3 C
Odisha

    ଚାଷୀ କାନ୍ଦ ନାଟକ ଧରାପଡିବା ପରେ ଏବେ ବିଜେଡିର ଦରବୃଦ୍ଧି ନାଟକ : ଅନିଲ ବିଶ୍ୱାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୦୩/୦୧: ରାଜନୈତିକ ସଙ୍କଟ ଭିତରେ ଗତି କରୁଥିବା ବିଜୁ ଜନତା ଦଳ ନିଜର ଅସ୍ଥିତ୍ୱ ବଂଚାଇବା ପାଇଁ ଏବେ ବାରମ୍ବାର ନାଟକର ସାହାରା ନେଉଛି । ଦୁଇଦିନ ତଳେ ଚାଷୀଙ୍କ ଫସଲ କ୍ଷୟକ୍ଷତି ଦେଖିବା ବାହାନାରେ ବିଜୁ ଜନତା ଦଳ ଯେଉଁ ନାଟକ ରଚିଥିଲା ତାହା ପଦାରେ ପଡିସାରିଛି । ଓଡିଶାର ଲୋକେ ଦେଖିଲେ କିଭଳି ଜଣେ ବିଜେଡିର କୁଜି ନେତା ଜିନ୍ସ୍ ପ୍ୟାଂଟ୍ ପିନ୍ଧି ଗାଡିରେ ଆସିଲେ, ପୋଷାକ ବଦଳାଇ ଗାମୁଛା ପିନ୍ଧିଲେ, ନବୀନ ବାବୁ ସେଠାରେ ପହଁଚିବା ପରେ ସେ ଚାଷୀ ହୋଇ କାନ୍ଦିଲେ ଏବଂ ଗଣମାଧ୍ୟମ ଚାଲିଯିବା ପରେ ଭଲ ଅଭିନୟ ହୋଇଛି ଭାବି ହସିଲେ । ଏହି ସମସ୍ତ କଥା ଓଡିଶାର ଗଣମାଧ୍ୟମରେ ପ୍ରସାରିତ ହୋଇସାରିଛି । ଏସବୁ ଡ୍ରାମା ଦେଖିଲେ ଲାଗୁଛି ଯେ, ବିଜୁ ଜନତା ଦଳ ଓ ନବୀନ ବାବୁ ଚାଷୀମାନଙ୍କୁ କିଭଳି ପ୍ରତାରଣା କରିପାରନ୍ତି ଓ ସେମାନଙ୍କ ମନରେ କେତେ ଛଳନା ଭରି ରହିଛି । ବିଜୁ ଜନତା ଦଳର ସେହି ଦିନର ଅଭିନୟ ଦେଖି ଲାଗୁଛି ଯେ, ତାଙ୍କ ଦଳର ନାଁ ବିଜୁ ଯାତ୍ରା ଦଳ ହେବା ଦରକାର । ସେହି ଦିନର ନାଟକ ବିଜୁ ଜନତା ଦଳ ଓ ନବୀନ ବାବୁଙ୍କୁ ଲୋକହସା କରିବା ପରେ ଏବେ ସେମାନେ ଦରବୃଦ୍ଧି ହୋଇଛି ବୋଲି କହି ପୁଣି ନୂଆ ନାଟକ ରଚି ଦୁଇ ଦିନ ତଳର ରଚିଥିବା ପୁରୁଣା ନାଟକ ଉପରୁ ଦୃଷ୍ଟି ହଟାଇବା ପାଇଁ ଚାହୁଁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।

    ରାଜ୍ୟ ମୁଖପାତ୍ର ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଏପ୍ରିଲ ୨୦୨୪ରେ ପରିସଂଖ୍ୟାନ ମନ୍ତ୍ରଣାଳୟ ଯେଉଁ ତଥ୍ୟ ପ୍ରକାଶ କରିଥିଲା ସେଥିରେ ଓଡିଶାର ଦରଦାମ ବୃଦ୍ଧି ହାର ଦେଶରେ ୧ନଂ ସ୍ଥାନରେ ଥିଲା । କେବଳ ସେତିକି ନୁହେଁ ସେହି ରିପୋର୍ଟରେ ସେତେବେଳେ ପ୍ରକାଶିତ ହୋଇଥିଲା ଯେ, ଓଡିଶା ପ୍ରାୟ ୧ବର୍ଷ ଧରି ଦରଦାମ ବୃଦ୍ଧି ହାରରେ ଦେଶରେ ସବୁଠୁ ଆଗରେ ରହିଛି । ସେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ଥିଲେ? ନବୀନ ବାବୁଙ୍କର ଏହା କେଉଁ ସୁଶାସନର ପ୍ରଦର୍ଶନ ଥିଲା ତାହା ବିଜୁ ଜନତା ଦଳ ସ୍ପଷ୍ଟ କଲେ ଭଲ ହୁଅନ୍ତା । ଓଡିଶାରେ ଦୀର୍ଘ ୨୪ ବର୍ଷ ନବୀନ ବାବୁ ସରକାରରେ ଥିଲେ । ଆଳୁ, ପିଆଜ, ଟମାଟୋ, ରସୁଣ ଏସବୁ ରାଜ୍ୟରେ ଉତ୍ପାଦନ ପାଇଁ ବିଜେଡି ସରକାର କୌଣସି ପଦକ୍ଷେପ ନେଇନଥିଲା ବରଂ ଆଳୁ ମିଶନ ଓ ପିଆଜ ମିଶନ ନାଁରେ ଶହ ଶହ କୋଟି ଟଙ୍କା ହରିଲୁଟ୍ କରାଗଲା । ବିଜେଡି ପ୍ରଥମେ ରାଜ୍ୟବାସୀଙ୍କୁ ଉତର ଦେଉ କାହିଁକି ଓଡିଶା ଆଜି ଆଳୁ, ପିଆଜ, ଟମାଟୋ, ରସୁଣ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ? ନିଜର ପାପକୁ ଅନ୍ୟ ମୁଣ୍ଡରେ ଦେବାର ପୁରୁଣା ଅଭ୍ୟାସ ବୋଧ ହୁଏ ନବୀନ ବାବୁ ଛାଡିପାରିନାହାଁନ୍ତି । ଯେବେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲେ ଓଡିଶାର ଦରଦାମ ବୃଦ୍ଧି ହାର ୭.୭% ରୁ ଅଧିକ ରହୁଥିଲା । ଏବେ ଏହା ୧% କମି ୬.୭% ହୋଇଛି । ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବାର୍ଷିକ ହାରାହାରି ଭାବରେ ଆଳୁ ଦର ବର୍ଷକୁ ୫୩%, ଟମାଟୋ ୪୨%, ପିଆଜ ୩୬% ହାରରେ ଦରବୃଦ୍ଧି ହେଉଥିଲା । ଏହି ତଥ୍ୟକୁ ବୋଧ ହୁଏ ବିଜୁ ଜନତା ଦଳର ନେତୃବୃନ୍ଦ ଭୁଲି ଯାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.3 ° C
    24.3 °
    24.3 °
    44 %
    1.4kmh
    78 %
    Mon
    37 °
    Tue
    38 °
    Wed
    37 °
    Thu
    36 °
    Fri
    35 °

    ସମ୍ବନ୍ଧିତ