Wednesday, May 20, 2026
30.3 C
Odisha

    ଜଳେଶ୍ବର ପୋଲିସକୁ ବଡ ସଫଳତା,୭ଜଣିଆ ଡକାୟତ ଗ୍ଯାଙ୍ଗ ଗିରଫ

    ଆଗକୁ ପଢନ୍ତୁ

    ଜଳେଶ୍ବର : ଜଳେଶ୍ବର ପୋଲିସକୁ ବଡ ସଫଳତା । ବ୍ଯାଙ୍କ ଲୁଟ ପାଇଁ ଯୋଜନା କରୁଥିବା ବେଳେ ୭ଜଣିଆ ଡକାୟତ ଗ୍ଯାଙ୍ଗକୁ ଗିରଫ କରିଛି ପୋଲିସ । ଏହି ୭ ଜଣିଆ ଗ୍ଯାଙ୍ଗ ଗତକାଲି ବିଳମ୍ବିତ ରାତିରେ ଜଳେଶ୍ବର ଥାନା ଗୋବରଘାଟା ସ୍ଥିତ ଦଶହରା ପଡିଆ ନିକଟରେ ଏକତ୍ର ହୋଇ ଡକାୟତି ପାଇଁ ଯୋଜନା କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ବର ପୋଲିସ ଟିମ ଅତର୍କିତ ଚଢଉ କରିଥିଲା ।

    ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ, ଗୋଟିଏ ଦେଶୀ ବନ୍ଧୁକ, ଅଫୁଟା ଗୁଳି,ଗୋଟିଏ କାର, ୩ଟି ବାଇକ, ଗୋଟିଏ ଗ୍ଯାସ କଟର ସହ ସିଲିଣ୍ତର, ଲୁହା ରଡ୍, ଲଙ୍କା ଗୁଣ୍ଡ ପ୍ଯାକେଟ, ଗ୍ଲୋବ୍ସ, ମଙ୍କି କ୍ଯାପ ,ନଗଦ ଟଙ୍କା ସମେତ ୬ଟି ଦାମୀ ମୋବାଇଲ ଜବଦ କରିଛି ପୋଲିସ । ଗିରଫ ୭ଜଣଙ୍କ ମଧ୍ଯରୁ ୪ଜଣ ଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିବା ବେଳେ ଜଣଙ୍କ ଘର ଓଡିଶାରେ ଏବଂ ଅନ୍ଯ ଜଣଙ୍କ ଘର ଦିଲ୍ଲୀରେ ବୋଲି ଜଣା ପଡିଛି। ଏହି ଡକାୟତି ଗ୍ଯାଙ୍ଗ ବିଭିନ୍ନ ଅପରାଧିକ କାର୍ଯ୍ଯକଳାପ ଏବଂ ଲୁଟ ଘଟଣାରେ ସାମିଲ ଥିବା ନେଇ ଜଳେଶ୍ବର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ବାଲେଶ୍ବର ଏସପି ସାଗରିକା ନାଥ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.3 ° C
    30.3 °
    30.3 °
    39 %
    1.4kmh
    20 %
    Tue
    30 °
    Wed
    45 °
    Thu
    45 °
    Fri
    45 °
    Sat
    45 °

    ସମ୍ବନ୍ଧିତ