Thursday, April 30, 2026
26.9 C
Odisha

    ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ଗୁରୁତର

    ଆଗକୁ ପଢନ୍ତୁ

    ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଜରକା ଛକ ନିକଟରେ ଶୁକ୍ରବାର ସନ୍ଧ୍ୟା ସମୟରେ ଦୁଇ ବାଇକ ମଧ୍ୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

    ଏହି ସମୟରେ ଏକ ବାଇକ ସାଙ୍ଗରେ ପ୍ରଥମ ଦୁର୍ଘଟଣା ହୋଇଥିଲା। ଏହା ପରେ ସେଠାରୁ ଉଠି ପୁଣି ଥରେ ଦ୍ରୁତଗତିରେ ଜରକା ଛକ ଦେଇ ଯୁଗୁପୁରା ଅଭିମୂଖେ  ଯାଉଥିବା ବେଳେ ବେତନଟୀ ପଟୁ ଆସୁଥିବା ବାଇକ ଆରୋହୀ ବାଲେଶ୍ୱର ଜିଲ୍ଲା ଅଧୀନ ରୁପସା ନିକଟସ୍ଥ କେନ୍ଦୁଡାଙ୍ଗରି ଗ୍ରାମର କନ୍ଦନ ବାସ୍କେ (୧୮)କୁ ଧକ୍କା ଦେଇଥିଲେl ଫଳରେ ଘଟଣାସ୍ଥଳରେ ଦୁଇ ଜଣ ଗୁରୁତର ଭାବେ ରକାକ୍ତ ହୋଇ ରାସ୍ତା ଉପରେ ପଡି ରହିଥିଲେ l

    ସ୍ଥାନୀୟ ଲୋକ ଆହତଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଆସିଥିଲେl ସେଠାରେ ଆରୋହୀ କନ୍ଦନର ମୁଣ୍ଡ ଏବଂ ଆଖିରେ ଜୋରରେ ଆଘାତ ପାଇଥିବା ବେଳେ ଅନବରତ ରକ୍ତବାନ୍ତି କରି ଚାଲିଥିଲେl ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହୋଇ ପଡିବାରୁ ତାଙ୍କୁ ଏବଂ ଗୁରୁତର ଆହତ ଅନ୍ୟ ବାଇକ ଆରୋହୀ ଗୋରାକୁ ବାଲେଶ୍ଵର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.9 ° C
    26.9 °
    26.9 °
    67 %
    6.2kmh
    73 %
    Thu
    27 °
    Fri
    36 °
    Sat
    41 °
    Sun
    42 °
    Mon
    39 °

    ସମ୍ବନ୍ଧିତ