Monday, April 20, 2026
39.1 C
Odisha

    ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି:ଘୁ.ଉଦୟଗିରିରେ ଶୀତଳ ଭଣ୍ଡାର ସ୍ଥାପନ ସହ କୁରୁମିଙ୍ଗିଆ ପଞ୍ଚାୟତ ଗଠନ ପାଇଁ ଦାବିପତ୍ର ପ୍ରଦାନ

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି:  ସ୍ଥାନୀୟ ବ୍ଲକ୍ ପ୍ରେକ୍ଷାଳୟରେ  ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ କନ୍ଦମାଳ ଜିଲ୍ଲାପାଳ ଅମ୍ରିତ୍ ଋତୁରଜ୍, ଆରକ୍ଷୀ ଅଧିକ୍ଷକ ହରିଶ ବିଶି, ସିଡିଓ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କନ୍ଧମାଳ ଶମ୍ଭୁନାଥ ନନ୍ଦୀ, ପିଏ.ଆଇଟିଡିଏ ଗଦାଧରପାତ୍ର, ତହସିଲଦାର ରଞ୍ଜନ କୁମାର ସାହୁ,ବିଡିଓ ମନୋଜ କୁମାର ଦେବତା, ଅଧ୍ୟକ୍ଷା ସୁଷମା ପ୍ରଧାନଙ୍କ ଉପସ୍ଥିତିରେ ସ୍ଥାନୀୟ ବ୍ଲକ୍ ଅନ୍ତର୍ଗତ ୮ ଟି ପଞ୍ଚାୟତ ଏବଂ ଏନଏସି ବାସିନ୍ଦାଙ୍କ ଅଭିଯୋଗ ଗ୍ରହଣ କରାଯାଇଥିଲା ।

    କାର୍ଯ୍ୟକ୍ରମରେ ବ୍ଲକ୍ ତଥା ପରିଷଦ ଅନ୍ତର୍ଗତ ସମସ୍ତ ସରକାରୀ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ।ଅଭିଯୋଗକାରୀ ସମୁଦାୟ ୬୪ଟି ଲିଖିତ ଅଭିଯୋଗ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ସେଥି ମଧ୍ୟରୁ ୧୯ଟି ଅଭିଯୋଗ ଜମିଜମା ସମ୍ବନ୍ଧିତ ହୋଇଥିବାବେଳେ ରାସ୍ତା ନିର୍ମାଣ ପାଇଁ ୧୫ଟି , ପାନୀୟଜଳ ସମସ୍ୟା ନେଇ ୫ଟି, ବିଦ୍ୟାଳୟ ଓ ଶ୍ରେଣୀଗୃହ ନିର୍ମାଣ ପାଇଁ ୩ଟି ,ରାସନ କାର୍ଡ଼ ସମସ୍ୟା ନେଇ ୭ଟି,ପେନସନର ସମସ୍ୟା ନେଇ ୨ଟି ଅଭିଯୋଗ ଦାଖଲ କରାଯାଇଥିଲା। ସେହିପରି ଶୌଚାଳୟ ସମସ୍ୟା ନେଇ ୨ଟି ,ଲକ୍ଷ୍ମୀ ବସ୍ ସମ୍ପର୍କିତ ସମସ୍ୟା ନେଇ ୨ଟି ଏବଂ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ ନେଇ ୯ଟି ଅଭିଯୋଗ ଦାଖଲ କରାଯାଇଥିଲା। ଏନେଇ ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଦାବିପତ୍ର ପ୍ରଦାନ କରିବା ସହ ଜିଲ୍ଲାପାଳଙ୍କ ସହ ଏହି ବିଷୟରେ ବ୍ୟକ୍ତିଗତ ଭାବେ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବାକୁ ନିବେଦନ କରିଥିଲେ। ସେହିଭଳି କଳିଙ୍ଗା ପଞ୍ଚୟତକୁ ଭାଗ କରି ନୂତନ ଭାବେ କୁରୁମିଙ୍ଗିଆ ପଞ୍ଚାୟତ ଗଠନ ପାଇଁ ଅଞ୍ଚଳବାସୀ ଦାବିପତ୍ର ପ୍ରଦାନ କରିଥିଲେ।ସମସ୍ତ ଅଭିଯୋଗ ପତ୍ର ଗୁଡ଼ିକ ଯାଞ୍ଚ୍ କରି ସେଗୁଡ଼ିକର ସମାଧାନ ଯଥା ଶୀଘ୍ର କରିବା ନିମନ୍ତେ ସମସ୍ୟା ସମ୍ବନ୍ଧିତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    19 %
    4.4kmh
    1 %
    Mon
    43 °
    Tue
    43 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ