Tuesday, September 15, 2026
26 C
Odisha

    ଝଞ୍ଜାବତୀ ନଦୀ ଉପରେ ନିର୍ମାଣ ହେବ ସେତୁ

    ଆଗକୁ ପଢନ୍ତୁ

    ରାୟଗଡ଼ା: ଝଂଜାବତୀ ନଦୀ ଆରପାରିରେ ଥିବା ପୋଡାମରା ଗ୍ରାମବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଜନ ରାୟଗଡ଼ା ପକ୍ଷରୁ ବିଜୁ ସେତୁ ଯୋଜନା ଅର୍ନ୍ତଭୁକ୍ତରେ ନିର୍ମାଣ ହେବାକୁ ଯାଉଛି ଝଂଜାବତୀ ନଦୀ ଉପରେ ୧ କୋଟି ୫୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ଉଚ୍ଚସ୍ତରୀୟ ଏକ ସେତୁ। ଯଦ୍ୱାରା ପୋଡ଼ାମରା ଗ୍ରାମକୁ ଯିବାକୁ ହେଲେ ଆଉ ଦେଶୀ ଡଂଗାରେ ନଦୀ ପାର ହେବାକୁ ପଡିବ ନାହିଁ। ସେତୁ ନିର୍ମାଣ ପୂର୍ବରୁ ଟେଣ୍ଡର ପାଇଥିବା ଠିକାଦାରଙ୍କ ପକ୍ଷରୁ ନଦୀ କୂଳରେ ରବିବାର ଦିନ ପୂଜାର୍ଚ୍ଚନା କରାଯାଇ ଶୁଭ ଦିଆଯାଇଥିବା ନେଇ ଗ୍ରାମବାସୀ ସୂଚନା ପ୍ରଦାନ କରିଛନ୍ତି।

    ରାୟଗଡ଼ା ଜିଲ୍ଳା ସଦର ବ୍ଳକ କୁମ୍ଭିକୋଟା ଗ୍ରାମ ପଂଚାୟତ ଅନ୍ତର୍ଗତ ପୋଡ଼ାମରା ଗ୍ରାମ। ଏହି ଗ୍ରାମ ପାଇଁ ଆବଶ୍ୟକ ପଡୁଥିବା ପକ୍କା ରାସ୍ତା ଓ ଗାଁକୁ ବାଟ ଓଗାଳୁଥିବା ଝଂଜାବତୀ ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ବର୍ଷ ବର୍ଷ ଧରି ଜିଲ୍ଳା ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ। ଦୀର୍ଘ ୭୫ବର୍ଷ ପରେ ମଧ୍ୟ ୩୨୬ନମ୍ବର ଜାତୀୟ ରାଜପଥକଡ଼ ଠାରୁ ମାତ୍ର ୨କିଲୋମିଟର ଦୂରରେ ଝଂଜାବତୀ ନଦୀ ଆରପାରିରେ ଅବସ୍ଥିତ ପୋଡାମରା ଗ୍ରାମକୁ ପକ୍କା ରାସ୍ତାଟିଏ ନ ଥିବାରୁ ଗ୍ରାମବାସୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।

    ପୋଡ଼ାମରା-କୁମ୍ଭିକୋଟା ଗ୍ରାମକୁ ସଂଯୋଗ କରୁଥିବା ଏକ ମାତ୍ର ମୁଖ୍ୟ ରାସ୍ତାର ମଝିରେ ଝଂଜାବତୀ ନଦୀ ପ୍ରବାହିତ ହେଉଥିବାରୁ ଏହାକୁ ପାରି ହେବା ପାଇଁ ଲୋକେ ନିଜ ଖର୍ଚ୍ଚରେ ଅସ୍ଥାୟୀ ପୋଲ ନିର୍ମାଣ କରି ପାର ହେଉଥିଲେ। ବର୍ଷା ଦିନେ ନଦୀର ପ୍ରବଳ ସ୍ରୋତରେ ଅସ୍ଥାୟୀ ପୋଲ ଭାସିଯାଉଥିବା ବେଳେ ଗ୍ରାମବାସୀ ବିଚ୍ଛିନ୍ନାଂଚଳ ଭାବେ ରହିଥାନ୍ତି। ଛାତ୍ରଛାତ୍ରୀମାନେ ସ୍କୁଲ ଯିବା ହେଉ ଅଥବା ଗ୍ରାମର ଗର୍ଭବତୀ ମହିଳା, ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ କୁମ୍ଭିକୋଟା ତଥା ରାୟଗଡା ଜିଲ୍ଳା ସଦର ମହକୁମାକୁ ଯିବାକୁ ହେଲେ ଭରା ନଦୀରେ ଜୀବନକୁ ବାଜି ଲଗାଇ ଭାରରେ ବୁହା ହୋଇ ନଦୀ ପାର କରୁଥିଲେ ଗ୍ରାମବାସୀ। ବର୍ତ୍ତମାନ ଝଂଜାବତୀ ନଦୀ ଉପରେ ବିଜୁ ସେତୁ ଯୋଜନା ଅଧିନରେ ସେତୁ ନିର୍ମାଣ କାର୍ଯ୍ୟାରମ୍ଭ ହୋଇଥିବା ବେଳେ ଆସନ୍ତା ମୈାସୁମୀ ବର୍ଷା ପୂର୍ବରୁ ବ୍ରିଜଟିର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରାଯିବାକୁ ବିଭାଗ ଅନୁମାନ କରିଛି ବୋଲି ବିଭାଗୀୟ କର୍ତୁପକ୍ଷଙ୍କ ଠାରୁ ସୂଚନା ମିଳିଛି। ବ୍ରିଜ ନିର୍ମାଣ କାର୍ଯର ଶୁଭାରମ୍ଭକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    82 %
    0.8kmh
    8 %
    Tue
    27 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ